Australia Terror Attack: ଆତଙ୍କବାଦୀ କାର୍ଯ୍ୟକଳାପରୁ ମୁଖ୍ୟତଃ ମୁକ୍ତ ରହିଆସିଥିବା ଅଷ୍ଟ୍ରେଲିଆରେ ଆଜି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ବଣ୍ଡି ବିଚରେ ଦୁଇଜଣ ଅଜଣା ବନ୍ଧୁକଧାରୀ ପହଞ୍ଚି ଲୋକଙ୍କ ଉପରେ ଆଖିମୁଜା ଗୁଳିଚଳାଇବାରୁ ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । 

Advertisment

ଏହି ଘଟଣା ଏକ ଆତଙ୍କବାଦୀ ଘଟଣା ବୋଲି ଅଷ୍ଟ୍ରେଲିଆ ପୁଲିସ ଘୋଷଣା କରିଛି । ଏକ ଇହୁଦୀ ପର୍ବ ପାଇଁ ଲୋକମାନେ ଉତ୍ସବ ପାଳନ କରୁଥିବାବେଳେ ଆତଙ୍କବାଦୀମାନେ ଗୁଳିଚଳାଇଥିଲେ । ଏହା ଫଳରେ ଘଟଣାସ୍ଥଳରେ ହିଁ ୧୧ ଜଣ ଲୋକ ଟଳିପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇହୁଦୀ ବୋଲି ଜଣାପଡ଼ିଛି । 

ଆହୁରି ପଢନ୍ତୁ : White Owl: ଫାର୍ମ ହାଉସରେ ଧଳା ପେଚା: ଦେଖିବାକୁ ଲୋକଙ୍କ ଜମୁଛି ଭିଡ଼

ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ଆତଙ୍କବାଦୀମାନଙ୍କ ସହ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ଦ୍ବିତୀୟ ଆତଙ୍କବାଦୀ ଏବେ ପୁଲିସ କବଜାରେ ରହିଛି । ମୃତ ଆତଙ୍କବାଦୀର  ନାଁ ନାଭିଦ୍ ଆକ୍ରାମ ଓ ତା ବୟସ ୨୪ ବର୍ଷ ବୋଲି କୁହାଯାଉଛି।। ସେ ସିଡନିର ବାସିନ୍ଦା ଥିଲା । ତା ଘର ଉପରେ ଏବେ ପୁଲିସ ପହଞ୍ଚି ଯାଞ୍ଚ ଚଳାଇଛି । ସିଡନୀ ମର୍ଣ୍ଣିଂ ହେରାଲ୍ଡ ଆକ୍ରାମର ଏକ ଫଟୋ ସେୟାର କରିଛି।

ଆହୁରି ପଢନ୍ତୁ : Arrest: ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଗିରଫ, ଷଡ଼ଯନ୍ତ୍ର ଚର୍ଚ୍ଚା

ଏହି ଘଟଣାକୁ ନେଇ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଦୁଃଖ ଓ ଚିନ୍ତା ପ୍ରକଟ କରିଛନ୍ତି । ପୀଡ଼ିତମାନଙ୍କ ପ୍ରତି ସେ ସମବେଦନା ପ୍ରକଟ କରିଛନ୍ତି । 
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଇହୁଦି ସଂଘ ଏହି ଘଟଣାକୁ ନିନ୍ଦା କରିବା ସହ ସରକାରଙ୍କୁ ସମାଲୋଚନା କରିଛି । ଅଷ୍ଟ୍ରେଲିଆରେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇଗଲାଣି ବୋଲି ସଂଘ କହିଛି । ଏହି ଆକ୍ରମଣକୁ ଇସ୍ରାଏଲ ରାଷ୍ଟ୍ରପତି ମଧ୍ୟ ନିନ୍ଦା କରିଛନ୍ତି । 

ଭାରତର ନିନ୍ଦା 

ଏହି ଆକ୍ରମଣକୁ ଭାରତ ସରକାର ନିନ୍ଦା କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏହି ଆତଙ୍କବାଦୀ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରିବା ସହ ପୀଡ଼ିତମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।