ସୁପ୍ରିମ୍‌ କୋର୍ଟଙ୍କ ଚେତାବନୀ ପରେ ରାଜି ହେଲେ ସରକାର, ୧୧ ମହିଳାଙ୍କୁ ସ୍ଥାୟୀ କମିସନ୍‌ ମିଳିବ

କେମିତି ରାୟ ଲେଖାଯାଏ ତା’ ଉପରେ ରାୟ ଦେଲେ ସୁପ୍ରିମ୍‌କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ କେନ୍ଦ୍ର ସରକାର ୧୧ ଜଣ ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିସନ୍‌ ଦେବାପାଇଁ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟ ଅଦାଲତ ଅବମା‌ନନା ନେଇ ବିଚାରଣ ଆରମ୍ଭ କରିବାକୁ ଧମକ ‌ଦେବାପରେ କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ୧୧ ସେନା ଅଧିକାରୀ ସମସ୍ତ ଯୋଗ୍ୟତା ପ୍ରାବଧାନ ପୂରଣ କରି ସୁଦ୍ଧା ସେମାନଙ୍କୁ ସ୍ଥାୟୀ କମିସନ୍‌ ନମିଳିବାରୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଉକ୍ତ ମହିଳା ଅଧିକାରୀମାନଙ୍କୁ ୧୦ ଦିନ ମଧ୍ୟରେ ସ୍ଥାୟୀ କମିସନ୍‌ ଦେବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‌ତେବେ କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି, ଯୋଗ୍ୟତା ପ୍ରାବଧାନ ପୂରଣ କରିଥିବା ସମସ୍ତ ମହିଳା ଅଧିକାରୀଙ୍କୁ ୩ ସପ୍ତାହ ମଧ୍ୟରେ ସ୍ଥାୟୀ କମିସନ୍‌ ମିଳିବ। ଉଲ୍ଲେଖଯୋଗ୍ୟ, ୧୧ ଜଣ ମହିଳା ଅଧିକାରୀଙ୍କ ଦ୍ବାରା କୋର୍ଟରେ ଏକ ଅଦାଲତ ଅବମାନନା ପିଟିସନ୍‌ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସେମାନଙ୍କୁ ସ୍ଥାୟୀ କମିସନ୍‌ ମିଳିନଥିବାରୁ ସେମାନେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe