ନିଜ ସ୍ବାର୍ଥ ପାଇଁ ପୀଡ଼ିତଙ୍କୁ ୧୯ କିଲୋମିଟର ଦୂରକୁ ନେଇ ଯାଇଥିଲେ ବିଏମ୍‌ଡବ୍ଲୁ ଚାଳକ

ଦିଲ୍ଲୀରେ ହୋଇଥିବା ବିଏମ୍‌ଡବ୍ଲୁ ଦୁର୍ଘଟଣା ଘଟଣା ପରେ ଆହତ ପତିପତ୍ନୀଙ୍କୁ ଚାଳକ ପାଖ ହସ୍ପିଟାଲ୍‌ ନନେଇ କାହିଁକି ୧୯ କିଲୋମିଟର୍‌ ଦୂର ହସ୍ପିଟାଲ୍‌ ନେଇଥିଲେ ବୋଲି ଏକ ବିରାଟ ପ୍ରଶ୍ନ ଉଙ୍କି ମାରିଥିଲା।

New Project (32)

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ବିଏମ୍‌ଡବ୍ଲୁ ଦୁର୍ଘଟଣା ଘଟଣା ପରେ ଆହତ ପତିପତ୍ନୀଙ୍କୁ ଚାଳକ ପାଖ ହସ୍ପିଟାଲ୍‌ ନନେଇ କାହିଁକି ୧୯ କିଲୋମିଟର୍‌ ଦୂର ହସ୍ପିଟାଲ୍‌ ନେଇଥିଲେ ବୋଲି ଏକ ବିରାଟ ପ୍ରଶ୍ନ ଉଙ୍କି ମାରିଥିଲା। ଏବେ ସେହି ପ୍ରଶ୍ନର ଉତ୍ତର ମିଳିସାରିଛି। ଜାଣିବାକୁ ମିଳିଛି ଯେ ପାଖରେ ହସ୍ପିଟାଲ୍‌ ଥିବା ସତ୍ତ୍ବେ ମହିଳା ବିଏମ୍‌ଡବ୍ଲୁ ଚାଳକ ଜଣକ ନିଜ ସଂପର୍କୀୟ ଥିବା ଏକ ଦୂର ହସ୍ପିଟାଲ୍‌ଙ୍କୁ ସ୍ବାମୀସ୍ତ୍ରୀଙ୍କୁ ନେଇ ଯାଇଥିଲେ। ଯେଉଁଠାରେ ସ୍ବାମୀଙ୍କର ମୃତ୍ୟୁ ଘଟିଛି।

ପୁଲିସ୍‌ ପ୍ରାଥମିକ ତଦନ୍ତ ପରେ ଏହି ତଥ୍ୟ ହାତେଇଛି। ପୁଲିସ ତଦନ୍ତରୁ ଜଣାପଡିଛି ଯେ ଦୁର୍ଘଟଣା ପରେ ଅଭିଯୁକ୍ତ ଗଗନପ୍ରୀତ ନବଜୋତ ଏବଂ ତାଙ୍କ ପତ୍ନୀଙ୍କୁ ଯେଉଁ ହସ୍ପିଟାଲକୁ ନେଇଯାଇଥିଲେ, ତାହା ହେଉଛି ଉତ୍ତର ଦିଲ୍ଲୀର ନୁଲାଇଫ୍ ହସ୍ପିଟାଲ୍ ଏବଂ ଏହି ହସ୍ପିଟାଲ୍ ମାଲିକଙ୍କ ସହ ତାଙ୍କର ଗଭୀର ସମ୍ପର୍କ ଅଛି। ଆଜି ପୁଲିସ ତଦନ୍ତ ଦଳ ଉତ୍ତର ଦିଲ୍ଲୀର ନୁଲାଇଫ୍ ହସ୍ପିଟାଲରେ ପହଞ୍ଚି ସେଠାରେ କାଗଜପତ୍ର ଯାଞ୍ଚ କରିଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ହୋଇଥିବା ବିଏମ୍‌ଡବ୍ଲୁ ଦୁର୍ଘଟଣାରେ ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୃତକଙ୍କ ପତ୍ନୀ ତାଙ୍କ ଏଫ୍‌ଆଇଆର୍‌ ବୟାନ‌ରେ ଲେଖିଛନ୍ତି ଯେ ଦୁର୍ଘଟଣା ପରେ ସେ ତାଙ୍କୁ ଏବଂ ତାଙ୍କ ସ୍ୱାମୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଯିବା ପାଇଁ ଅଭିଯୁକ୍ତଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ମାତ୍ର ଅଭିଯୁକ୍ତ ତାଙ୍କ କଥାକୁ ନଶୁଣି ୧୯ କିଲୋମିଟର ଦୂର ଏକ ହସ୍ପିଟାଲ୍‌କୁ  ନେଇ ଯାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe