ପୁଲିସ ଦେଲା କ୍ଲିନ ଚିଟ୍: ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଈଶ୍ବରପ୍ପା

Advertisment
ପୁଲିସ ଦେଲା କ୍ଲିନ ଚିଟ୍: ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଈଶ୍ବରପ୍ପା

indiatoday

ବେଙ୍ଗାଲୁରୁ: ଠିକାଦାର ସନ୍ତୋଷ ପାଟିଲ୍‌ଙ୍କ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକର ପୂର୍ବତନ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପାଙ୍କୁ ମିଳିଲା କ୍ଲିନ ଚିଟ୍। ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା। ଏହି ମାମଲାରେ ତଦନ୍ତ ପରେ ପ୍ରମାଣ ଅଭାବରୁ ଉଡୁପି ଟାଉନ ପୁଲିସ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି।

ତଦନ୍ତ ପରେ କର୍ଣ୍ଣାଟକ ପୁଲିସ ଏକ ବିବୃତି ଜାରି କରି କହିଛି ଯେ କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଏପ୍ରିଲ ୧୨ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ କେ.ଏସ୍ ଈଶ୍ୱରପ୍ପାଙ୍କ ଭୂମିକା ଥିବା ସନ୍ଦେହ କରି ପୁଲିସ ତଦନ୍ତ କରିଥିବା ବେଳେ କୌଣସି ପ୍ରମାଣ ନମିଳିବାରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ठेकेदार संतोष पाटिल आत्महत्या मामलाः सबूतों के अभाव में कर्नाटक के पूर्व मंत्री ईश्वरप्पा बरी livehindustan

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଥିବା ଠିକାଦାର ସନ୍ତୋଷ ପାଟିଲ୍‌ଙ୍କ ମୃତଦେହ ଏପ୍ରିଲ ମାସରେ ଉଡୁପିର ଏକ ଲଜ୍‌ରୁ ମିଳିଥିଲା। ମୃତ୍ୟୁ ପୂର୍ବରୁ ସନ୍ତୋଷ ପାଟିଲ୍‌ ତାଙ୍କ ବନ୍ଧୁମାନଙ୍କ ନିକଟକୁ ‘ହ୍ବାଟସ୍‌ଆପ୍‌’ ବାର୍ତ୍ତା ପଠାଇଥିଲେ। ସେଥିରେ ସେ ଆତ୍ମହତ୍ୟା କରିବେ ବୋଲି ଲେଖିବା ସହ ଏଭଳି ଚରମ ନିଷ୍ପତ୍ତି ନିମନ୍ତେ ଈଶ୍ବରପ୍ପାଙ୍କୁ ଦାୟୀ କରିଥିଲେ।

ତେବେ ଠିକାଦାର ସନ୍ତୋଷ ପାଟିଲ୍‌ଙ୍କ ଆତ୍ମହତ୍ୟା ମାମଲାକୁ ବିରୋଧ ତୀବ୍ର ହେବା ପରେ ଇସ୍ତଫା ଦେଇଥିଲେ କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା। ସନ୍ତୋଷଙ୍କ ମୃତ୍ୟୁ ପରେ କଂଗ୍ରେସ ଈଶ୍ବରପ୍ପାଙ୍କ ଇସ୍ତଫା ଦାବି କରିଆସୁଥିବା ବେଳେ ପରିସ୍ଥିତିକୁ ଦେଖି ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ନିକଟରେ ଦାଖଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe