ଏଲନମାନଙ୍କ ନୂଆ ପିଢ଼ି ସୃ‌ଷ୍ଟି ପାଇଁ ଶୁକ୍ରାଣୁ ଦାନ କରିବାକୁ କହିଲେ ଏଲନ ମସ୍କଙ୍କ ବାପା

Advertisment
ଏଲନମାନଙ୍କ ନୂଆ ପିଢ଼ି ସୃ‌ଷ୍ଟି ପାଇଁ ଶୁକ୍ରାଣୁ ଦାନ କରିବାକୁ କହିଲେ ଏଲନ ମସ୍କଙ୍କ ବାପା

ୱାସିଂଟନ : ସ୍ପେସ୍‌ଏକ୍ସର ମାଲିକ ଏଲନ ମସ୍କଙ୍କ ୭୬ ବର୍ଷୀୟ ବାପା ଏରଲ ମସ୍କ ନିଜ ପରି ବଂଶବୃଦ୍ଧି ନିମନ୍ତେ ଶୁକ୍ରାଣୁ ଦାନ କରିବାକୁ ତାଙ୍କ ପୁଅଙ୍କୁ କହିଛନ୍ତି। ସ୍ବୟଂ ବୃଦ୍ଧ ଏରଲଙ୍କର ଏକ ୫ ବର୍ଷର ଗୁପ୍ତ ସନ୍ତାନ ଥିବାର କିଛିଦିନ ତଳେ ସେ ସ୍ବୀକାର କରିଥିଲେ।

ଏରଲ ମସ୍କ କହିଛନ୍ତି, କଲମ୍ବିଆରେ ତାଙ୍କର ଏକ କମ୍ପାନି ଅଛି। ଏହି କମ୍ପାନି କଲମ୍ବିଆର ସମ୍ଭ୍ରାନ୍ତ ମହିଳାମାନଙ୍କୁ ଗର୍ଭବତୀ କରିବା ପାଇଁ ତାଙ୍କଠାରୁ ଶୁକ୍ରାଣୁ ମାଗିଛି। କାରଣ କଲମ୍ବିଆର ମହିଳାମାନେ କୁଆଡ଼େ କହନ୍ତି, ସେମାନେ ଏଲନଙ୍କ ପାଖକୁ କାହିଁକି ଯିବେ, ଯେତେବେଳେ ଯିଏ ତାଙ୍କୁ ସୃଷ୍ଟି କରିଥିଲେ ସେ ସ୍ବୟଂ ଜୀବିତ ଅଛନ୍ତି? ତେବେ ଏରଲ ମସ୍କଙ୍କୁ ତାଙ୍କର ଏହି ସେବା ପାଇଁ କୌଣସି ଅର୍ଥ ଦେବାର ପ୍ରତିଶ୍ରୁତି ଦିଆଯାଇ ନାହିଁ। ଯଦି ସେ ଏହି ପ୍ରସ୍ତାବରେ ରାଜି ହୁଅନ୍ତି, ଅନ୍ୟ ଭାବରେ ସେ ପାଉଣା ପାଇପାରିବେ ବୋଲି ଏରଲ କହିଛନ୍ତି। କମ୍ପାନି ପକ୍ଷରୁ କୁଆଡ଼େ ତାଙ୍କୁ କୁହାଯାଇଛି ଯେ ଏହି ସେବା ପାଇଁ ଟଙ୍କା ବଦଳରେ ଫାଷ୍ଟ କ୍ଲାସ୍‌ରେ ଯାତ୍ରା ଓ ପଞ୍ଚତାରକା ହୋଟେଲରେ ରହଣିର ସୁବିଧା ତାଙ୍କୁ ଦିଆଯିବ।

ଏରଲ ମସ୍କଙ୍କୁ ଯେତେବେଳେ ପଚରାଗଲା ସେ କ’ଣ ଏହି ପ୍ରସ୍ତାବ ଗ୍ରହଣ କରିବେ? ଉତ୍ତରରେ ଏଲନଙ୍କ ୭୬ ବର୍ଷୀୟ ବାପା କହିଲେ- କାହିଁକି ନୁହେଁ? ଯଦି ମୋର ଏ ବୟସରେ ଆଉ ଏକ ସନ୍ତାନ ଜନ୍ମ ହେବ, ମୁଁ ରାଜି ନ ହେବାର କିଛି କାରଣ ନାହିଁ। କିଛିଦିନ ତଳେ ଏରଲ ମସ୍କ ସ୍ବୀକାର କରିଥିଲେ ଯେ ତାଙ୍କର ସାବତ ଝିଅ ଜାନାଙ୍କର ତାଙ୍କ ଔରସରୁ ଏକ ଗୁପ୍ତ ସନ୍ତାନ ୨୦୧୭ରେ ଜନ୍ମ ହୋଇଛି। ସେ ପୁଅର ନାମ ଇଲିଅଟ ରସ୍ ଏବଂ ତା’ର ବୟସ ଏବେ ପାଞ୍ଚବର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe