ଆକ୍ରମଣର ଆଶଙ୍କା ଥିବାରୁ ଖୋଲା କାରରେ ବୁଲୁନାହିଁ: ଏଲନ ମସ୍କ

Advertisment
ଆକ୍ରମଣର ଆଶଙ୍କା ଥିବାରୁ ଖୋଲା କାରରେ ବୁଲୁନାହିଁ: ଏଲନ ମସ୍କ

ndtv

ନୂଆଦିଲ୍ଲୀ: ଆକ୍ରମଣ ହୋଇପାରେ ବୋଲି ଡରରେ ଟ୍ୱିଟରର ନୂତନ ମାଲିକ ଏଲନ୍ ମସ୍କ। ନିଜ ଜୀବନ ଯାଇପାରେ ବୋଲି ମସ୍କ ଭୟ କରୁଥିବା ସାମ୍ନାକୁ ଆସିଛି। ମସ୍କ ଦାବି କରିଛନ୍ତି ଯେ ତାଙ୍କ ସହ କିଛି ଅଘଟଣ ଘଟିବା କିମ୍ବା ତାଙ୍କ ଉପରକୁ ଗୁଳି ଚଳାଯିବାର ଆଶଙ୍କା ଯଥେଷ୍ଟ ରହିଛି। ଟ୍ୱିଟର ସ୍ପେସସରେ ଦୁଇ ଘଣ୍ଟାର ଅଡିଓ ଚାଟରେ ଶ୍ରୀ ମସ୍କ କହିଛନ୍ତି ଯେ, ଆକ୍ରମଣର ଭୟ ଥିବାରୁ ସେ ଖୋଲା କାରରେ ବୁଲିବାକୁ ଡରୁଛନ୍ତି ଏବଂ ତାଙ୍କ ପାଖରେ ସେଭଳି କାର ମଧ୍ୟ ନାହିଁ।

ଏହା ପୂର୍ବରୁ ବ୍ରେନ ଚିପ ବିଷୟରେ କହି ଚର୍ଚ୍ଚାକୁ ଆସିଥିଲେ ଏଲନ ମସ୍କ। ସେ କହିଥିଲେ ଯେ, ୬ ମାସ ମଧ୍ୟରେ ତାଙ୍କ କମ୍ପାନିଗୁଡ଼ିକ ମଧ୍ୟରୁ ଗୋଟିଏ ମାନବ ମସ୍ତିଷ୍କରେ ‘ଚିପ୍‌’ ରୋପଣ କରିବାରେ ସମର୍ଥ ହେବ ଯାହା ବଳରେ ଉକ୍ତ ବ୍ୟକ୍ତିଜଣକ କମ୍ପ୍ୟୁଟର୍‌ ସହିତ ଯୋଗସୂତ୍ର ସ୍ଥାପନ କରିପାରିବ। ‘ନ୍ୟୁରୋଲିଙ୍କ୍‌’ ନାମରେ ତାଙ୍କର ଗୋଟାଏ ଷ୍ଟାର୍ଟ-ଅପ୍‌ ଉକ୍ତ ‘ଚିପ୍‌’ ତିଆରି କରୁଛି। ଉକ୍ତ ‘ଚିପ୍‌’ଟି ଯେଉଁ ବ୍ୟକ୍ତିଙ୍କ ମସ୍ତିଷ୍କରେ ପ୍ରତିରୋପଣ କରାଯିବ ସେ ବ୍ୟକ୍ତିଜଣକ ଉକ୍ତ ‘ଚିପ୍‌’ ଜରିଆରେ ନିଜ ମନର କଥା କମ୍ପ୍ୟୁଟର୍‌କୁ ଜଣାଇବାରେ ସମର୍ଥ ହେବ। ସେ ନିଜେ ମଧ୍ୟ ସେହି ‘ଚିପ୍‌’ରୁ ଗୋଟାଏ ତାଙ୍କ ମସ୍ତିଷ୍କରେ ପ୍ରତିରୋପଣ କରିବାକୁ ଯୋଜନା କରୁଥିବା କଥା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe