ବୋର୍ଡର ସମସ୍ତ ସଦସ୍ୟଙ୍କୁ ହଟାଇ ଟ୍ବିଟର୍‌ର ଏକମାତ୍ର ନିର୍ଦ୍ଦେଶକ ବନିଲେ ଏଲନ ମସ୍କ

Advertisment
ଏହି କାରଣରୁ ଟିଟର୍‌ ବ୍ୟବହାରକାରୀଙ୍କୁ କ୍ଷମା ମାଗିଲେ ଏଲନ ମସ୍କ

CNBC.com

ନୂଆଦିଲ୍ଳୀ: ଏଲନ ମସ୍କ ଟ୍ବିଟର୍‌କୁ କିଣିବା ପରେ ବହୁ ପରିବର୍ତ୍ତନ ଘଟିବାକୁ ଯାଉଛି। କିଛି ପରିବର୍ତ୍ତନ ଘଟିବା ଆରମ୍ଭ ବି ହୋଇଗଲାଣି। ଜାଣିବାକୁ ମିଳିଛି ଯେ ମସ୍କ ତାଙ୍କ ବୋର୍ଡର ପୂରା ଟିମ୍‌କୁ ପଦରୁ କାଢ଼ି ସେ ଏହି ମାଇକ୍ରୋବ୍ଲଗିଂ ସାଇଟ୍‌ର ଏକମାତ୍ର ନିର୍ଦ୍ଦେଶକ ସାଜିଛନ୍ତି। ମସ୍କଙ୍କର ଏହି ନିଷ୍ପତ୍ତି ପରେ ଟ୍ବିଟର୍‌ ବୋର୍ଡର ସଦସ୍ୟମାନେ ଆଉ ଟ୍ବିଟର୍‌ର ନିର୍ଦ୍ଦେଶକ ହୋଇ ନାହାନ୍ତି।

ପଦରୁ ହଟିଥିବା ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ମାର୍ଥା ଲେନ୍‌ ଫାକ୍ସ, ଓମିଡି କୋର୍ଡେଷ୍ଟାନି, ଦେଭିଡ଼ ରୋସେନବ୍ଲେଷ୍ଟ୍‌, ପେଟ୍ରିକ ପିଚେଟ, ଏଗାଁନ ଡରବନ, ଫି-ଫି ଲି ଏବଂ ମିନି ଅଲମାଏହୋ।

ଏଲନମସ୍କ ଗତ ଅକ୍ଟୋବର ୨୮ ତାରିଖରେ ଟ୍ବିଟର୍‌ର ମାଲିକ ବନିବା ପରେ ଅନେକ କିଛି ପରିବର୍ତ୍ତନ ହେବାରେ ଲାଗିଛି। ସେ ମାଲିକ ମନିବା ପରେ ହିଁ କମ୍ପାନିର ସିଇଓ ପରାଗ ଅଗ୍ରୱାଲ୍‌, ସିଏଫ୍‌ଓ ନେଡ୍‌ ସେଗଲ୍‌ ଓ ଲିଗାଲ୍‌ ଆ‌ଫେୟାର୍‌ ପଲିସି ହେଡ୍‌ ବିଜୟା ଗାଡ଼େଙ୍କ କମ୍ପାନିରୁ କାଢ଼ି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ବିପୁଳ ଅନୁଗାମୀ ଥାଇ ସୁଦ୍ଧା ସମ୍ମାନଜନକ ‘ବ୍ଲୁ ଟିକ୍‌’ରୁ ବଞ୍ଚିତ କରାଯାଇଛି ବୋଲି ଜଣେ ଟୁଇଟର୍‌ ବ୍ୟବହାରକାରୀ ଅଭିଯୋଗ କରିବାରୁ ‘ପ୍ରୋଫାଇଲ୍‌ ନେମ୍’ ସମ୍ମୁଖରେ ‘ବ୍ଲୁ ଟିକ୍‌’ ସଂଯୋଗ କରୁଥିବା ‘ପ୍ଲାଟ୍‌ଫର୍ମ’ର ଯାଞ୍ଚ ପ୍ରକ୍ରିୟା ନବୀକରଣ ଚାଲିଛି ବୋଲି ‘ଟୁଇଟର୍‌’ର ନୂଆ ମାଲିକ ଏଲନ୍‌ ମସ୍କ୍‌ କହିଛନ୍ତି।

ନୂଆ ଭେରିଫିକେସନ୍‌ (ଯାଞ୍ଚ) ପ୍ରକ୍ରିୟା ପ୍ରସଙ୍ଗରେ ଔପଚାରିକ ଭାବେ ସବିଶେଷ ବିବରଣ ଅସ୍ପଷ୍ଟ ଥିବା ବେଳେ ‘ଦି ଭର୍ଜ’ ରିପୋର୍ଟ କରିଛି ଯେ, ‘ବ୍ଲୁ ଟିକ୍‌’ ନିମନ୍ତେ କମ୍ପାନି ଖୁବ୍‌ ଶୀଘ୍ର ବ୍ୟବହାରକାରୀଙ୍କୁ ଦେୟ ମାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe