ମସ୍କଙ୍କ ‘ଓପନ୍‌ ଏଆଇ’ କିଣିବା ପ୍ରସ୍ତାବରେ ମୁହଁତୋଡ ଜବାବ ଦେଲେ ଅଲ୍‌ଟମନ୍‌

ପୂର୍ବରୁ ‘ଓପନ୍‌ ଏଆଇ’କୁ ନେଇ ମାମଲା ରୁଜୁ କରିବା ପରେ ଏବେ ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଏହାକୁ କିଣିବାକୁ ମନ ସ୍ଥିର କରିଛନ୍ତି। ମସ୍କଙ୍କ ଏକ ନିବେସକ ଦଳ ୯୭ ବିଲିୟନ୍‌ ଡଲାର ବଦଳରେ ‘ଓପନ୍‌ ଏଆଇ’କୁ କିଣିବାକୁ ତାହାର ମାଲିକ ସାମ୍ ଅଲ୍ଟମ୍ୟାନଙ୍କୁ ପ୍ରସ୍ତାବ ଦେଇଥିଲେ।

musk

ନୂଆଦିଲ୍ଲୀ: ପୂର୍ବରୁ ‘ଓପନ୍‌ ଏଆଇ’କୁ ନେଇ ମାମଲା ରୁଜୁ କରିବା ପରେ ଏବେ ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଏହାକୁ କିଣିବାକୁ ମନ ସ୍ଥିର କରିଛନ୍ତି। ସାମ୍ପ୍ରତିକ ରିପୋର୍ଟରୁ ଜଣାପଡିଛି ଯେ ମସ୍କଙ୍କ ଏକ ନିବେସକ ଦଳ ୯୭ ବିଲିୟନ୍‌ ଡଲାର ବଦଳରେ ‘ଓପନ୍‌ ଏଆଇ’କୁ କିଣିବାକୁ ତାହାର ମାଲିକ ସାମ୍ ଅଲ୍ଟମ୍ୟାନଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ଅଲ୍‌ଟମ୍ୟାନ୍‌ ତାହାକୁ ପ୍ରତ୍ୟାଖାନ କରିବା ସହ ଉତ୍ତର ଦେଇଛନ୍ତି, ‘‘ନାଇଁ ଧନ୍ୟବାଦ। ମାତ୍ର ଯଦି ତୁମେ ଚାହଁ ଆମେ ୯.୭୪ ବିଲିୟନ୍‌ରେ ଟ୍ବିଟର୍‌କୁ କିଣିବାକୁ ଚାହିଁବୁ।’’

୨୦୨୪ ମସିହାରେ ଦୁଇଥର ‘ଓପନ୍‌ ଏଆଇ’ ବିରୋଧରେ ମାମଲା ରୁଜୁ କରିବା ପରେ ମସ୍କ ଏହି ପ୍ରସ୍ତାବ ଦେଇଛନ୍ତି। ମସ୍କ ‘ଓପନ୍‌ ଏଆଇ’ ବିରୋଧରେ ପ୍ରଥମେ ୨୦୨୪ ମସିହା ଜୁଲାଇ ମାସରେ ଅଭିଯୋଗ ଆଣିଥିଲେ ଯେ କମ୍ପାନିର ପ୍ରତିଷ୍ଠାତା ନୀତିରୁ ବାହାରକୁ ଯାଉଛନ୍ତି। ମସ୍କ ତ‌ାଙ୍କ ଅଭିଯୋଗରେ କହିଥିଲେ କି କମ୍ପାନି ଅଧିକ ବାଣିଜ୍ୟିକ ଲାଭ ବା କର୍ପୋରେଟ୍ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭିନ୍ନ ଏକ ଦିଗରେ ଗତି କରୁଛି, ଯାହାକି ପ୍ରତିଷ୍ଠାନର ନୀତି ବିରୋଧୀ।

ଏହାପରେ ୨୦୨୪ ଅଗଷ୍ଟରେ ମସ୍କ ଅନ୍ୟ ଏକ ଅଭିଯୋଗ ଆଣିଥିଲେ। ଏକ ନୂତନ ମାମଲା ଦାୟର କରି ଦର୍ଶାଇଥିଲେ ଯେ କମ୍ପାନି ସର୍ବାଧିକ ଲାଭ ଆଶାରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା ଏଆଇ ଦୌଡ଼ରେ ସାମିଲ୍‌ ହୋଇଛି। ମସ୍କ କମ୍ପାନି ଉପରେ ରାକେଟିଙ୍ଗରେ ଲିପ୍ତ ଥିବାର ମଧ୍ୟ ଅଭିଯୋଗ ଆଣିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe