www.indiatoday.in
ମୁମ୍ବାଇ: ଟେସଲାର ସିଇଓ ଏଲନ୍ ମସ୍କ ଭାରତର ସ୍କାରକୀକୁ ନେଇ ନିଜର ପ୍ରଶଂସା ବ୍ୟକ୍ତ କରିଛନ୍ତି। ୨୦୦୭ ମସିହାର ତାଙ୍କ ଭାରତ ଗସ୍ତ କଥା ମନେ ପକାଇେ ଏଲନ୍ ମସ୍କ କହିଛନ୍ତି କି ବାସ୍ତବରେ ତାଜ୍ ମହଲ ବିଶ୍ବର ଏକ ଆଶ୍ଚର୍ଯ୍ୟ।
ହିଷ୍ଟ୍ରି ଡିଫାଇନ୍ଡ ନାମକ ଏକ ଟ୍ବିଟ୍ର ଆକାଉଣ୍ଟ୍ରେ ଆଗ୍ରାରେ ଥିବା ରେଡ୍ ଫୋର୍ଟର ଏକ ଅଂଶ ଟ୍ବିଟ୍ କରାଯାଇଥିବା ବେଳେ ଏଥିରେ ନିଜର ମତ ରଖିଛନ୍ତି ମସ୍କ। ସେ ଏହାକୁ ପ୍ରଶଂସା କରିବା ସହ ତାଜ୍ ମହଲର ସୌନ୍ଦର୍ଯ୍ୟକୁ ବି ମନେ ପକାଇଛନ୍ତି।
ତାଙ୍କର ଏହି ଟ୍ବିଟ୍ରେ ଏଲନଙ୍କ ମାଆ ମାୟେ ମସ୍କ ପ୍ରତିକ୍ରିୟା ରଖି କହିିଛନ୍ତି, ‘୧୯୫୪ ମହିହାରେ ଦକ୍ଷିଣ ଆଫ୍ରିକାରୁ ଅଷ୍ଟ୍ରେଲିଆ ଯାଉଥିବା ବାଟରେ ତୁମ ଜେଜେ ଓ ଜେଜେମାଆ ତାଜ୍ ମହଲ ଯାଇ ବୁଲି ଦେଖି ଆସିଥିଲେ। ବିନା ରେଡିଓ ଓ ଜିପିଏସ୍ରେ ଏକ ସିଙ୍ଗିଲ୍ ଇଞ୍ଜିନ ବିମାନରେ ଏହି ଯାତ୍ରା ଭରିଥିଲେ। ସେମାନଙ୍କ ଯାତ୍ରା ବିପଜ୍ଜନକ ଥିଲେ ବି ଖୁବ୍ ସତର୍କତାର ସହ ତାଜ୍ ମହଲ ବୁଲିଆସିଥିଲେ ସେମାନେ।’
Follow Us