‘ଟୁଇଟର୍‌’ ବିପକ୍ଷରେ ପାଲଟା ମାମଲା ରୁଜୁ କଲେ ଏଲନ୍‌ ମସ୍କ୍‌

Advertisment
‘ଟୁଇଟର୍‌’ ବିପକ୍ଷରେ ପାଲଟା ମାମଲା ରୁଜୁ କଲେ ଏଲନ୍‌ ମସ୍କ୍‌

Image Courtesy of India Today

ୱିଲ୍‌ମିଙ୍ଗ୍‌ଟନ୍‌: ଶୁକ୍ରବାର ଦିନ ଏଲନ୍‌ ମସ୍କ୍‌ ଗୁପ୍ତରେ ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ ବିପକ୍ଷରେ ପାଲଟା ମାମଲା ରୁଜୁ କରିଛନ୍ତି।

‘ଟୁଇଟର୍‌’କୁ ଖରିଦ କରିବା ପାଇଁ ଏଲନ୍‌ ମସ୍କ୍‌ ୪୪ ବିଲିୟନ୍‌ ଡଲାର୍‌ ମୂଲ୍ୟର ରାଜିନାମା ସ୍ବାକ୍ଷର କରିଥିଲେ ବି କେତେକ କାରଣରୁ ସେ ଉକ୍ତ ରାଜିନାମାରୁ ଓହରି ଆସିବାରୁ ‘ଟୁଇଟର୍‌’ ତାଙ୍କ ବିରୋଧରେ ଉକ୍ତ ମାମଲା ରୁଜୁ କରିଥି‌ଲା।

ଏ ସଂକ୍ରାନ୍ତରେ ଦାଖଲ ହୋଇଥିବା ୧୬୪ ପୃଷ୍ଠା ସମ୍ବଳିତ ଦଲିଲକୁ ସାର୍ବଜନୀନ କରାଯାଇ ନ ଥିଲେ ବି ଏହାର ସମ୍ପାଦିତ ଅଂଶ ଖୁବ୍‌ ଶୀଘ୍ର ସର୍ବସାଧାରଣରେ ପ୍ରକାଶ କରାଯିବ ବୋଲି ଅଦାଲତ ରାୟ ଦେଇଛନ୍ତି।

publive-image Image Courtesy of NDTV

ମସ୍କ୍‌ ଉକ୍ତ ରାଜିନାମାରୁ ଓହରି ଯାଇ ପାରିବେ କି, ନାହିଁ, ତାହା ଧାର୍ଯ୍ୟ କରିବା ଲାଗି ଅକ୍ଟୋବର ୧୭ ତାରିଖରୁ ୫ଦିନିଆ ବିଚାର ଆରମ୍ଭ କରିବା ଲାଗି ‘ଡିଲାୱେର୍‌ କୋର୍ଟ ଅଫ୍‌ ଚାନ୍‌ସେରି’ର ଚାନ୍‌ସେଲର୍‌ କ୍ୟାଥ୍‌ଲିନ୍‌ ମ୍ୟାକ୍‌କର୍ମିକ୍‌ ଆଦେଶ ଦେବାର କିଛି ସମୟ ପରେ ସେ (ମସ୍କ୍‌) ପାଲଟା ମାମଲା ରୁଜୁ କରିଥିଲେ।

ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେବାକୁ ଯୋଗାଯୋଗ କରାଯାଇଥିଲେ ବି ‘ଟୁଇଟର୍‌’ ତୁରନ୍ତ କୌଣସି ଜବାବ ଦେଇନାହାନ୍ତି।

ରାଜିନାମାର ଅନିଶ୍ଚିତତା କାରଣରୁ ‘ଟୁଇଟର୍‌’ର ସମ୍ଭାବ୍ୟ କ୍ଷତି ହେବା ଆଶଙ୍କାରେ ବିଚାରପତି ମ୍ୟାକ୍‌କେର୍ମିକ୍‌ ଗତ ସପ୍ତାହରେ ଉକ୍ତ ମାମଲାକୁ ‘ଫାଷ୍ଟ୍‌-ଟ୍ରାକ୍‌’ କରାଇଥିଲେ।

ଆର୍ଥିକ କ୍ଷତି ଏବଂ କମ୍ପାନିରେ ଗୋଳମାଳିଆ ପରିସ୍ଥିତି ଲାଗି ‘ଟୁଇଟର୍‌’ ଅଦାଲତରେ ଚାଲିଥିବା ମାମଲାକୁ ଦାୟୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe