ବଡ଼ ଅଜବ କଥା ! ବିଶ୍ବର ସବୁଠାରୁ ଜନବହୁଳ ଦେଶ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ନୁହେଁ : ଏଲନ ମସ୍କ୍

ବଡ଼ ଅଜବ କଥା ! ବିଶ୍ବର ସବୁଠାରୁ ଜନବହୁଳ ଦେଶ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ନୁହେଁ : ଏଲନ ମସ୍କ୍

ନୂଆଦିଲ୍ଲୀ: ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବିକୁ ଏବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ସମର୍ଥନ ମିଳିଛି। ଟେସଲା ଏବଂ ସ୍ପେସ୍ ଏକ୍ସ କମ୍ପାନୀର ମାଲିକ ଏଲନ୍ ମସ୍କ କହିଛନ୍ତି ଯେ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ ଭାରତକୁ ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ଆସନ ଦିଆନଯିବା ବଡ଼ ଅଜବ କଥା।

ଏଲନ୍ ମସ୍କ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ ଏକ ସମୟରେ ଜାତିସଂଘ ସଂସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି। ସମସ୍ୟା ହେଉଛି ଯେଉଁମାନଙ୍କ ପାଖରେ ଅଧିକ କ୍ଷମତା ଅଛି ସେମାନେ ଏହାକୁ ଛାଡିବାକୁ ଚାହାଁନ୍ତି ନାହିଁ । ପୃଥିବୀର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ ଜାତିସଂଘ ପରିଷଦରେ ଭାରତକୁ ସ୍ଥାୟୀ ଆସନ ନମିଳିବା ବଡ଼ ଅଜବ କଥା। ଆଫ୍ରିକାରେ ମଧ୍ୟ ସାମୂହିକ ଭାବେ ଆସନ ରହିବା ଦରକାର।

ପ୍ରକୃତ କଥା ହେଉଛି ଗତ କାଲି ଜାତିସଂଘ ମହାସଚିବ ଆଣ୍ଟୋନିଆ ଗୁଏଟରେସ ଏକ୍ସରେ ଲେଖିଥିଲେ ଯେ ଆଫ୍ରିକାରୁ କୌଣସି ଦେଶ ସୁରକ୍ଷା ପରିଷଦର ସଦସ୍ୟ ନ ହେବା ଆମେ କିପରି ଗ୍ରହଣ କରିପାରିବା ? ଏହାର ଜବାବରେ ମାଇକେଲ ଆଇଜନବର୍ଗ ନାମକ ଲେଖକ ଲେଖିଛନ୍ତି ଯେ ଭାରତ କଥା କଣ ? ଭଲ କଥା ହେବ ଜାତିସଂଘକୁ ଭାଙ୍ଗି ଏକ ନୂଆ ଅନୁଷ୍ଠାନ ଗଢାଯାଉ । ଆଇଜନବର୍ଗଙ୍କ ଟ୍ବିଟ ଜବାବରେ ମସ୍କ ଏହା ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe