ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ନିଜ କମ୍ପାନି ଭିତରେ ମିଶ୍ରଣ କରିବାକୁ ଯୋଜନା କରୁଛନ୍ତି। ତାଙ୍କ ଇଲେକ୍ଟ୍ରିକ ଯାନ କମ୍ପାନି ଟେସ୍ଲାକୁ ମହାକାଶ ଅନୁସନ୍ଧାନ କମ୍ପାନି ସ୍ପେସ୍ଏକ୍ସ ସହ ମିଶାଇବାକୁ ଚାହୁଛନ୍ତି। ତାଙ୍କ ବୃହତ୍ ବ୍ୟବସାୟ ସାମ୍ରାଜ୍ୟକୁ ଏକତ୍ରୀତ କରିବା ଯୋଜନାର ତାହା ଏକ ଅଂଶ। ସେ ନିଜର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କମ୍ପାନି ଏକ୍ସଏଆଇର ମଧ୍ୟ ସେ ମିଶ୍ରଣ କରିବାକୁ ଚାହୁଛନ୍ତି।
ସ୍ପେସ୍ଏକ୍ସ ଓ ଟେସ୍ଲା ମଧ୍ୟରେ ହେବାକୁ ଯାଉଥିବା ମିଶ୍ରଣକୁ ନେଇ ନିବେଶକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ସ୍ପେସ୍ଏକ୍ସ ଏହାର ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ଆଣିବା ପୂର୍ବରୁ ନିଜ ସହ ଏକ୍ସଏଆଇକୁ ମିଶାଇକୁ ମଧ୍ୟ ଯୋଜନା ରଖିଛି। ତେବେ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଏହି ମିଶ୍ରଣ ପ୍ରକ୍ରିୟାରେ ଭିତ୍ତିଭୂମି ପାଣ୍ଠି ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରର ନିବେଶକମାନେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ରହିଛନ୍ତି। ଏହି ମିଶ୍ରଣ ଘଟିଲେ ମସ୍କଙ୍କ ମହାକାଶରେ ଡାଟା ସେଣ୍ଟର ସ୍ଥାପନ କରିବା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପ୍ୟୁଟିଂରେ ଉନ୍ନତି ଆଣିବାର ସ୍ବପ୍ନ ସାକାର ହୋଇପାରିବ। ବଡ଼ ଧରଣର ଏଆଇ କାର୍ଯ୍ୟ ପାଇଁ ଉପଗ୍ରହ ଓ ମହାକାଶ ଭିତ୍ତିଭୂମି ବ୍ୟବହାର କରିବାକୁ ମସ୍କ ଚାହୁଛନ୍ତି। ଏହି ମିଶ୍ରଣ ଦ୍ବାରା ସ୍ପେସ୍ଏକ୍ସର ଷ୍ଟାର୍ସିପ୍ ରକେଟ୍କୁ ବ୍ୟବହାର କରି ଟେସ୍ଲାର ଅପ୍ଟିମସ୍ ହ୍ୟୁମାନଏଡ୍ ରୋବଟ୍କୁ ମସ୍କ ମଙ୍ଗଳଗ୍ରହ ଓ ଚନ୍ଦ୍ରପୃଷ୍ଠକୁ ପଠାଇପାରିବେ। ମିଶ୍ରଣ ଖବର ପ୍ରଚାର ହେବା ପରେ ଟେସ୍ଲା ସେୟାର ମୂଲ୍ୟ ୪.୫ ପ୍ରତିଶତ ବୃଦ୍ଧି ପାଇଛି।
ସ୍ପେସ୍ଏକ୍ସ ୧.୫ ଟ୍ରିଲିଅନ ଡଲାରର ଆଇପିଓ ଆଣିବାକୁ ଯୋଜନା ରଖିଛି
ସ୍ପେସ୍ଏକ୍ସ ୧.୫ ଟ୍ରିଲିଅନ ଡଲାରର ଆଇପିଓ ଆଣିବାକୁ ଯୋଜନା ରଖିଛି। ତାହା ହେଉଛି ଇତିହାସର ସବୁଠୁ ବଡ଼ ଆଇପିଓ। ଆସନ୍ତା ଜୁନ୍ ସୁଦ୍ଧା କମ୍ପାନି ଷ୍ଟକ୍ ବଜାରରେ ପ୍ରବେଶ କରିବାକୁ ଯାଉଛି। ଏଥିପାଇଁ କମ୍ପାନି ବ୍ୟାଙ୍କ ଅଫ୍ ଆମେରିକା, ଗୋଲ୍ଡମ୍ୟାନ୍ ସଚ୍ସ, ଜେପି ମୋର୍ଗାନ ଚେଜ୍ ଓ ମୋର୍ଗାନ ଷ୍ଟାନ୍ଲି ସହ ମିଶି କାମ କରୁଛପନ୍ତି। କିଛିଦିନ ପୂର୍ବେ କମ୍ପାନିର ସିଏଫ୍ଓ ବ୍ରେଟ୍ ଜନ୍ସନ୍ କର୍ମଚାରୀଙ୍କୁ କହିଥିଲେ ଯେ ଆଇପିଓ ଜରିଆରେ ହାସଲ କରାଯିବାକୁ ଥିବା ପାଣ୍ଠିକୁ କମ୍ପାନି ଚନ୍ଦ୍ରରେ ସ୍ଥାୟୀ ବ୍ୟବସ୍ଥା ସ୍ଥାପନ କରିବାରେ ଖର୍ଚ୍ଚ କରିବ।
ଆହୁରି ପଢ଼ନ୍ତୁ: NCP leader meets Fadnavis: ଫଡନାଭିସ୍ଙ୍କୁ ଭେଟିଲେ ଏନ୍ସିପି ନେତା, ସୁନେତ୍ରା ହୋଇପାରନ୍ତି ବିଧାୟକ ଦଳ ନେତା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/30/merger-2026-01-30-17-52-31.jpeg)