ମାସକୁ ୨୦ ଡଲାର୍‌ ନ ଦେଲେ ‘ବ୍ଲୁ ଟିକ୍‌’ ହରାଇବେ ଟୁଇଟର୍‌ ବ୍ୟବହାରକାରୀ: ରିପୋର୍ଟ

Advertisment
ମାସକୁ ୨୦ ଡଲାର୍‌ ନ ଦେଲେ ‘ବ୍ଲୁ ଟିକ୍‌’ ହରାଇବେ ଟୁଇଟର୍‌ ବ୍ୟବହାରକାରୀ: ରିପୋର୍ଟ

ନୂଆଦିଲ୍ଲୀ: ବିପୁଳ ଅନୁଗାମୀ ଥାଇ ସୁଦ୍ଧା ସମ୍ମାନଜନକ ‘ବ୍ଲୁ ଟିକ୍‌’ରୁ ବଞ୍ଚିତ କରାଯାଇଛି ବୋଲି ଜଣେ ଟୁଇଟର୍‌ ବ୍ୟବହାରକାରୀ ଅଭିଯୋଗ କରିବାରୁ ‘ପ୍ରୋଫାଇଲ୍‌ ନେମ୍’ ସମ୍ମୁଖରେ ‘ବ୍ଲୁ ଟିକ୍‌’ ସଂଯୋଗ କରୁଥିବା ‘ପ୍ଲାଟ୍‌ଫର୍ମ’ର ଯାଞ୍ଚ ପ୍ରକ୍ରିୟା ନବୀକରଣ ଚାଲିଛି ବୋଲି ‘ଟୁଇଟର୍‌’ର ନୂଆ ମାଲିକ ଏଲନ୍‌ ମସ୍କ୍‌ କହିଛନ୍ତି।

ନୂଆ ଭେରିଫିକେସନ୍‌ (ଯାଞ୍ଚ) ପ୍ରକ୍ରିୟା ପ୍ରସଙ୍ଗରେ ଔପଚାରିକ ଭାବେ ସବିଶେଷ ବିବରଣ ଅସ୍ପଷ୍ଟ ଥିବା ବେଳେ ‘ଦି ଭର୍ଜ’ ରିପୋର୍ଟ କରିଛି ଯେ, ‘ବ୍ଲୁ ଟିକ୍‌’ ନିମନ୍ତେ କମ୍ପାନି ଖୁବ୍‌ ଶୀଘ୍ର ବ୍ୟବହାରକାରୀଙ୍କୁ ଦେୟ ମାଗିବ।

publive-image Image Courtesy of India Today

ପ୍ରକାଶିତ ରିପୋର୍ଟ ଅନୁସାରେ, ‘ଏଡିଟ୍‌’ ଏବଂ ‘ଅନ୍‌ଡୁ ଟୁଇଟ୍‌ସ୍‌’ ଭଳି ଅତିରକ୍ତି ବୈଶିଷ୍ଟ୍ୟ ଦେଉଥିବା ‘ଟୁଇଟର୍ସ ସବ୍‌ସ୍କ୍ରିପ୍‌ସନ୍’ ବା ‘ଟୁଇଟର୍‌ ବ୍ଲୁ ମେମ୍ବର୍ସ’ ମଧ୍ୟରେ ‘ବ୍ଲୁ ଟିକ୍‌’ ସୀମିତ ରହିବ। ୧୯.୯୯ ଡଲାର୍‌ ବା ୧୬୦୦ ଟଙ୍କାକୁ ‘ବ୍ଲୁ ଫି’ ବୃଦ୍ଧି କରିବାକୁ କମ୍ପାନି ଯୋଜନା କରୁଛି ବୋଲି କୁହାଯାଉଛି। ଭେରିଫାଏଡ୍‌’ କରାଯାଇଥିବା ବ୍ୟବହାରକାରୀଙ୍କୁ ‘ପ୍ରୋଫାଇଲ୍‌’ରେ ‘ବ୍ଲୁ ଟିକ୍‌’ ଅବ୍ୟାହତ ରିଖିବା ନିମନ୍ତେ ‘ଟୁଇଟର୍‌ ବ୍ଲୁ’ ‘ସବ୍‌ସ୍କ୍ରାଇବ୍’ କରିବା ନିମନ୍ତେ ୯୦ ଦିନ ସମୟ ଦିଆଯିବ। ‘ଭେରିଫିକେସନ୍’ (ଯାଞ୍ଚ) ପ୍ରକ୍ରିୟା ଅଧିକ କଠୋର କିଂବା କ‌ୋହଳ କରିବା ପାଇଁ ‘ଟୁଇଟର୍‌’ ନିୟମ ପରିବର୍ତ୍ତନ କରିବ କି, ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ଟୁଇଟର୍‌ ଭେରିଫିକେସନ୍‌’ ପ୍ରକ୍ରିୟା ନବୀକରଣ ନିମନ୍ତେ ‘ଟୁଇଟର୍‌ ଇଞ୍ଜିନିୟର୍‌’ମାନଙ୍କୁ ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇଛି। ଧାର୍ଯ୍ୟ ସମୟ ନଭେମ୍ବର ୭ ତାରିଖ ମଧ୍ୟରେ ଯାଞ୍ଜ ପ୍ରକ୍ରିୟା ଶେଷ ନ କଲେ ସେମାନେ ଚାକିରି ହରାଇବେ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe