ନ୍ୟୁୟର୍କ: ବିଶ୍ୱର ଶୀର୍ଷ ଧନୀ ତଥା ଏକ୍ସ-ଏଆଇ ପ୍ରତିଷ୍ଠାତା ଏଲନ୍ ମସ୍କ ଏକ ଭୟ ସୃଷ୍ଟିକାରୀ ଭବିଷ୍ୟବାଣୀ କରି ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି। ସେ କହିଛନ୍ତି, ଏକ ବିନାଶକାରୀ ଯୁଦ୍ଧ ଅନିବାର୍ଯ୍ୟ ଏବଂ ଏହା ପରମାଣୁ ଯୁଦ୍ଧ ହୋଇପାରେ। ଏହା ଆଗାମୀ ୫ ବର୍ଷ ଭିତରେ କିମ୍ବା ଅତି ବେଶିରେ ୧୦ ବର୍ଷ ମଧ୍ୟରେ ହେବ। ସୋମବାର ରାତିରେ ଏକ୍ସରେ ସେ ସଂକ୍ଷେପରେ ଲେଖିଛନ୍ତି: ‘ଯୁଦ୍ଧ ଅନିବାର୍ଯ୍ୟ। ୫ ବର୍ଷ, ଅଧିକତମ ୧୦ ବର୍ଷ।’ ଅର୍ଥାତ୍ ୨୦୩୦ ସୁଦ୍ଧା ଏହା ଆରମ୍ଭ ହୋଇପାରେ। ଏହି ମନ୍ତବ୍ୟ ପରମାଣୁ ଅସ୍ତ୍ରଧାରୀ ବଡ଼ ଶକ୍ତିମାନଙ୍କ ବିଫଳତାକୁ ଦର୍ଶାଉଛି।
Goods Trading: ଉତ୍ପାଦ କାରବାର କ’ଣ ଜାଣନ୍ତୁ...
ମସ୍କଙ୍କ ଏହି ପୋଷ୍ଟ ଲକ୍ଷ ଲକ୍ଷ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। ମସ୍କ ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରିନଥିଲେ ମଧ୍ୟ, ଏକ୍ସ-ଏଆଇ ତାଙ୍କର ପୂର୍ବ ବୟାନକୁ ଉଦ୍ଧୃତ କରି କହିଛି- ‘ୟୁରୋପ୍ ଓ ବ୍ରିଟେନ୍ରେ ଆପ୍ରବାସନ ପ୍ରଶ୍ନ ଓ ଲୋକଙ୍କ ଥଇଥାନ ପାଇଁ ରାଜନୀତି ଯୋଗୁଁ ଗୃହଯୁଦ୍ଧ ହୋଇପାରେ। ତାଇୱାନ୍ ପ୍ରଶ୍ନରେ ଆମେରିକା-ଚୀନ୍ ସଂଘର୍ଷ ଅତି ଭୟଙ୍କର ହୋଇପାରେ। ୟୁକ୍ରେନ୍ ଯୁଦ୍ଧ ବି ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହୋଇପାରେ। ଏହା ଆଧାରରେ ବିଶ୍ବ ପରମାଣୁ ଯୁଦ୍ଧମୁହାଁ ହୋଇପାରେ।’ ତାଇୱାନ୍ ପ୍ରଣାଳୀରେ ସାମରିକ ଗତିବିଧି ବଢ଼ୁଥିବା ଓ ୟୁକ୍ରେନକୁ ସହାୟତା ନେଇ ୟୁରୋପରେ ବିବାଦ ଚାଲିଥିବା ବେଳେ ମସ୍କଙ୍କ ଏହି ଭବିଷ୍ୟବାଣୀ ଏକ ସତର୍କତା ସଙ୍କେତ ଭାବେ ବିବେଚିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/26/sLwuNGbLRiDr8GcMYYQ6.jpg)