ସାନ୍ଫ୍ରାନ୍ସିସ୍କୋ: କିଛି ଦିନ ପାଇଁ କମ୍ପାନିର ଯାଞ୍ଚ୍ ପ୍ରକ୍ରିୟା ଉପରେ ରୋକ ଲଗାଇବା ପରେ ଟ୍ବିଟର୍ର ନୂଆ ମାଲିକ ଏଲନ ମସ୍କ ଟ୍ବିଟ୍ ଯୋଗେ ଏକ ନୂଆ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଟ୍ବିଟର୍ର ନୂତନ ସେବା ଆଗାମୀ ଶୁକ୍ରବାରଠାରୁ ଆରମ୍ଭ ହୋଇପାରେ। ଏଲନ ମସ୍କ ଆହୁରି ବି କହିଛନ୍ତି ଯେ ଏହି ସେବା ଟ୍ବିଟର୍ର ବ୍ଲୁ ଟିକ୍ ସେବାଠାରୁ ଭିନ୍ନ।
ସେ ସ୍ପଷ୍ଟ କରିଛନ୍ତି ଭିନ୍ନ ଭିନ୍ନ ଶ୍ରେଣୀ ପାଇଁ ଭିନ୍ନ ରଂଗ ଜାରି କରାଯିବ। କମ୍ପାନିଗୁଡ଼ିକ ପାଇଁ ସୁନେଲି ଚେକ୍ ଦେବାକୁ ମସ୍କ ନିଷ୍ପତ୍ତି ନେଇଥିବା ବେଳେ ସରକାରଙ୍କୁ ଧୁଷର ରଂଗର ଚେକ୍। ସେଲିବ୍ରେଟି କିମ୍ବା ଅନ୍ୟ ବ୍ୟକ୍ତିବିଶେଷଙ୍କୁ ନିଳ ରଂଗ ଦିଆଯିବ। ଏହାଛଡ଼ା ଚେକ୍ କାର୍ଯ୍ୟକଳାପ ପୂର୍ବରୁ ସମସ୍ତ ଆକାଉଣ୍ଟ୍କୁ ପୂର୍ବରୁ ପ୍ରମାଣିକୃତ କରାଯିବ। ମସ୍କ ଶେଷରେ ଯନ୍ତ୍ରଣାଦାୟକ କିନ୍ତୁ ଆବଶ୍ୟକୀୟ ବୋଲି ଲେଖିଛନ୍ତି।
ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ଏଲନ ମସ୍କ ନିଳ ବା ବ୍ଲୁ ଟିକ୍ ଯାଞ୍ଚ୍ ପାଇଁ ୮ ଡଲାର ଦେୟ ଦେବାକୁ ପଡ଼ିବ ବୋଲି ଘୋଷଣା କରି ସାରିଥିଲେ। ଏହାପରେ ଟ୍ବିଟର୍ରେ ନକଲି ଆକାଉଣ୍ଟ୍ର ବନ୍ୟା ହୋଇଥିଲା ଯେପରି। ବହୁ ଆଲୋଚନା ପରେ ମସ୍କ ପୁଣି ଥରେ ନିଜର ଯାଞ୍ଚ୍ ପ୍ରକ୍ରିୟାକୁ ରୋକିବାକୁ ବାଧ୍ୟ ହୋଇଥିଲେ।
Follow Us