ଏଲନ୍‌ ମସ୍କ୍‌ଙ୍କ ‘ସ୍ପେସ୍ଏକ୍ସ୍‌’ ନିଯୁକ୍ତ କରିଛି ନୂଆ ଇଞ୍ଜିନିୟର୍‌; ବୟସ ମାତ୍ର ୧୪ ବର୍ଷ

Advertisment
ଏଲନ୍‌ ମସ୍କ୍‌ଙ୍କ ‘ସ୍ପେସ୍ଏକ୍ସ୍‌’ ନିଯୁକ୍ତ କରିଛି ନୂଆ ଇଞ୍ଜିନିୟର୍‌; ବୟସ ମାତ୍ର ୧୪ ବର୍ଷ

ନୂଆଦିଲ୍ଲୀ: ଏଲନ୍‌ ମସ୍କ୍‌ଙ୍କ ‘ସ୍ପେସ୍‌ଏକ୍ସ୍‌’ ଜଣେ ୧୪ ବର୍ଷିୟ ନୂଆ ସଫ୍ଟ୍‌ୱେର୍‌ ଇଞ୍ଜିନିୟର୍‌ଙ୍କୁ ନିଯୁକ୍ତି ଦେଇଥିବା କଥା ‘ଲସ୍‌ ଏଞ୍ଜେଲ୍‌ସ୍‌ ଟାଇମସ୍‌’ ରିପୋର୍ଟ କରିଛି।

ସେ ଇଞ୍ଜିନିୟର୍‌ ହେଉଛନ୍ତି ‘ସ୍ପସ୍ଏକ୍ସ୍‌’ର ‘ଟେକ୍‌ନିକାଲି ଚାଲେଞ୍ଜିଙ୍ଗ୍‌’ ଓ ‘ଫନ୍‌’ ସାକ୍ଷାତ୍‌କାର ପ୍ରକ୍ରିୟାରେ ପାସ୍‌ କରିଥିବା କୈରାନ୍‌ କାଜି।

‘ଲସ୍‌ ଏଞ୍ଜେଲ୍‌ସ୍‌ ଟାଇମସ୍‌’ ରିପୋର୍ଟ ଅନୁସାରେ, ୧୧ ବର୍ଷ ବୟସରେ କୈରାନ୍‌ କମ୍ପ୍ୟୁଟର୍‌ ସାଇନ୍‌ସ୍‌ ଓ ଇଞ୍ଜିନିୟରିଙ୍ଗ୍‌ ପାଠ୍ୟକ୍ରମ ଅଧ୍ୟୟନ ଆରମ୍ଭ କରିଥିଲେ। ଚଳିତ ମାସରେ ସେ ସାନ୍ତା କ୍ଲାରା ବିଶ୍ବବିଦ୍ୟାଳୟରୁ କମ୍ପ୍ୟୁଟର୍‌ ସାଇନ୍‌ସ୍‌ ଓ ଇଞ୍ଜିନିୟରିଙ୍ଗ୍‌ରେ ସ୍ନାତକ ଡିଗ୍ରି ହାସଲ କରିବେ।

publive-image Image Courtesy of South China Morning Post

‘ସ୍ପେସ୍‌ଏକ୍ସ୍‌’ରେ ନୂଆ ଚାକିରି ଆରମ୍ଭ କରିବାକୁ କୈରାନ୍‌ ଖୁବ୍‌ ବ୍ୟଗ୍ର ଅଛନ୍ତି। ନିଜ ପାରଦର୍ଶିତା ବଳରେ ମଙ୍ଗଳ ଗ୍ରହକୁ ମନୁଷ୍ୟ ପ୍ରେରଣ କରିବା ପାଇଁ କମ୍ପାନିର ଲକ୍ଷ୍ୟ ହାସଲ ଦିଗରେ ସାହାଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଏ ବିଷୟରେ ‘ଲିଙ୍କ୍‌ଇନ୍‌’ରେ ସେ ଲେଖିଛନ୍ତି, ବିଶ୍ବର ସବୁଠୁ ଭଲ କମ୍ପାନିର ‘ଷ୍ଟାର୍‌ଲିଙ୍କ୍‌ ଇଞ୍ଜିନିୟରିଙ୍ଗ୍‌’ ଟିମ୍‌ରେ ମୁଁ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର୍‌ ଭାବେ ଯୋଗ ଦେବି। ବିରଳ କମ୍ପାନିଗୁଡ଼ିକରୁ ଗୋଟିଏ ଏ କମ୍ପାନି ମୋ ବୟସକୁ ଖାମ୍‌ଖିଆଲି ଭାବେ ବିଚାର ନ କରି ମୋର ପରିପକ୍ବତା ଓ ସାମର୍ଥ୍ୟ କଥା ବିଚାର କରିଛି।

ରିପୋର୍ଟ ଅନୁସାରେ, ‘ସ୍ପେସ୍‌ଏକ୍ସ’ରେ କାମ କରିବା ଲାଗି କୈରାନ୍‌ ତାଙ୍କ ମାଆ ସହିତ କାଲିଫର୍ଣ୍ଣିଆର ପ୍ଲିଜାଣ୍ଟନ୍‌ରୁ ୱାସିଂଟନ୍‌ର ରେଡ୍‌ମଣ୍ଡ୍‌ ଯିବା ପାଇଁ ଯୋଜନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe