ଭାରତର ଜିଏସ୍‌ଏଟି-୨୦କୁ ଲଞ୍ଚ୍‌ କଲା ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସ

ଲନ୍‌ ମସ୍କଙ୍କ ସ୍ପେସ୍‌ଏକ୍ସର ପାଲ୍‌କନ୍‌ ୯ ମଙ୍ଗଳବାର ଦିନ ଫ୍ଲୋରିଡାର କେପ୍‌ କେନାଭରାଲ୍‌ରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର  ଜିଏସ୍‌ଏଟି-୨୦ ଯୋଗାଯୋଗ ସାଟେଲାଇଟ୍‌କୁ ନେଇ ଉଡ଼ାଣ ଭରିଛି।

GSAT

ନୂଆଦିଲ୍ଳୀ: ଏଲନ୍‌ ମସ୍କଙ୍କ ସ୍ପେସ୍‌ ଏକ୍ସର ଫାଲ୍‌କନ୍‌ ୯ ମଙ୍ଗଳବାର ଦିନ ଫ୍ଲୋରିଡାର କେପ୍‌ କେନାଭରାଲ୍‌ରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର  ଜିଏସ୍‌ଏଟି-୨୦ ଯୋଗାଯୋଗ ସାଟେଲାଇଟ୍‌କୁ ନେଇ ଉଡ଼ାଣ ଭରିଛି। ପ୍ରାୟ ୪,୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସାଟେଲାଇଟ୍‌କୁ ଭାରତର ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ଉଦ୍ଦେଶ୍ୟରେ ଡିଜାଇନ୍ କରାଯାଇଛି। ଯେଉଁଥିରେ ୧୪ ବ‌ର୍ଷର ମିସନ୍‌ ଅବଧି ସହିତ କା-ବ୍ୟାଣ୍ଡ୍‌ ହାଇ-ଥ୍ରୁପୁଟ୍‌ କମ୍ୟୁନିକେସନ୍ ପେ-ଲୋଡ୍‌ ବି ରହିଛି।

ଏହି ସାଟେଲାଇଟ୍‌ ଥରେ କାର୍ଯ୍ୟକ୍ଷମ ହେଲେ ସମଗ୍ର ଦେଶରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇବ। ଯାହାଫଳରେ ଆଗକୁ ଲୋକେ ବିମାନ ମଧ୍ୟରେ ଓ ଦୁର୍ଗମ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ପାଇପାରିବେ। ଏହାକୁ ଭାରତୀୟ ବାୟୁସେନାରେ ବି ଅନୁମତି ମିଳିଯାଇଛି। 

ଜିଏସ୍‌ଏଟି-ଏନ୍‌୨ ନାମରେ ମଧ୍ୟ ଏହି ସାଟେଲାଇଟ୍‌ ପରିଚିତ। ଏହାକୁ ୩୨ଟି ୟୁଜର୍ ବିମ୍ ସହିତ ସଜାଯାଇଛି, ଯେଉଁଥିରେ ଆଠଟି ସଂକୀର୍ଣ୍ଣ ସ୍ପଟ୍ ବିମ୍ ଏବଂ ୨୪ ଟି ଚଉଡା ସ୍ପଟ୍ ବିମ୍ ଅଛି। ଯାହା ସମଗ୍ର ଭାରତରେ ଅବସ୍ଥିତ ହବ୍ ଷ୍ଟେସନ୍ ଦ୍ୱାରା ସମର୍ଥିତ ହେବ।

ସରକାରଙ୍କ ଦ୍ୱାରା ପରିଚାଳିତ ଇସ୍ରୋର ଏକ ବାଣିଜ୍ୟିକ ବିଭାଗ ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍‌ଏସ୍‌ଆଇଏଲ୍‌) ଏହି ବର୍ଷ ଜାନୁଆରି ୩ ତାରିଖରେ ଏଲୋନ୍ ମସ୍କଙ୍କ ସ୍ପେସ୍ ଏକ୍ସ ସହିତ ପ୍ରଥମ ଥର ପାଇଁ ସହଯୋଗ ଘୋଷଣା କରିଥିଲା। ଖବର ଅନୁଯାୟୀ ଭାରତ ୪୩୦ରୁ ଅଧିକ ବିଦେଶୀ ସାଟେଲଇଟ୍‌ ଉତକ୍ଷେପଣ କରିଥିଲା, କିନ୍ତୁ ଏହି ସାଟେଲାଇଟ୍‌ ମହାକାଶକୁ ଆଣିବା ପାଇଁ ଏକ ଭାରତୀୟ ଉତକ୍ଷେପଣ ଯାନ ପାଇଁ ଅତ୍ୟଧିକ ଭାରୀ ଥିଲା। ଏହି କାରଣରୁ ସ୍ପେସ୍ ଏକ୍ସ ସହିତ ଇସ୍ରୋର ସହଭାଗିତା ‌ଲୋଡା ପଡ଼ିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe