ଏଲନଙ୍କ ମା’ ପୁଅର ପୁରୁଣା ଫଟୋ ସହିତ ସେୟାର କଲେ ଏଭଳି ପୋଷ୍ଟ

Advertisment

ସୋସିଆଲ ମିଡିଆରେ ଏଲନଙ୍କ ମା’ଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଲୋକେ ଖୁବ ପସନ୍ଦ କରିଛନ୍ତି। ଆଉ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପ୍ରତ୍ୟେକ ସଫଳ ମଣିଷ ପଛରେ କିଛି ନା କିଛି ସଂଘର୍ଷର କାକହାଣୀ ରହିଥାଏ।’

ସୋସିଆଲ ମିଡିଆରେ ଏଲନଙ୍କ ମା’ଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଲୋକେ ଖୁବ ପସନ୍ଦ କରିଛନ୍ତି। ଆଉ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପ୍ରତ୍ୟେକ ସଫଳ ମଣିଷ ପଛରେ କିଛି ନା କିଛି ସଂଘର୍ଷର କାକହାଣୀ ରହିଥାଏ।’

a

ନୂଆଦିଲ୍ଲୀ: ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବୈଦ୍ୟୁତିକ କାର୍ କମ୍ପାନି ଟେସଲା ଭାରତରେ ପ୍ରବେଶ କରିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କମ୍ପାନିର ପ୍ଲାଣ୍ଟ ନୁହେଁ ବରଂ ସିଧାସଳଖ ଡିଲରସିପ ବା ଶୋ’ରୁମ ଖୋଲିବା ନେଇ ଆଲୋଚନା ହେଉଛି। 

ଏଭଳି ଚର୍ଚ୍ଚା ମଧ୍ୟରେ ଏଲନ ମସ୍କଙ୍କ ମା’ ମେୟ ପୁଅର ଏକ ପୁରୁଣା ଫଟୋ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି।

 ଏହି ଫଟୋ ସେୟାର କରି ମା’ ଲେଖିଛନ୍ତି, ‘ଏହି ଫଟୋ ୧୯୯୦ ମସିହାର । ଯେତେବେଳେ ଏଲନ ଟୋରଣ୍ଟୋ ବ୍ୟାଙ୍କରେ କାମ କରୁଥିଲା। ଏହି ଫଟୋ ଆମେ ଭଡ଼ାରେ ରହୁଥିବା ଘରେ ଉଠା ଯାଇଥିଲା। ଏହି ଘର କାନ୍ଥରେ ମୋ ମା’ର ଚିତ୍ର ଲାଗିଛି। ଏଲନ ପିନ୍ଧିଥିବା ପୋଷାକ ମୂଲ୍ୟ ୮,୩୯୬ଟଙ୍କା ରହିଛି। ସେତେବେଳେ ତା’ପାଖରେ ଏହି ଗୋଟିଏ ହିଁ ସୁଟ ଥିଲା। ଯାହାକୁ ସେ ପ୍ରତିଦିନ ବ୍ୟାଙ୍କକୁ ପିନ୍ଧି ଯାଉଥିଲା। କାରଣ ସେ ସମୟରେ ଆଉ ଏକ ସୁଟ କିଣିବା ପାଇଁ ଅର୍ଥବଳ ନଥିଲା।’

ସୋସିଆଲ ମିଡିଆରେ ଏଲନଙ୍କ ମା’ଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଲୋକେ ଖୁବ ପସନ୍ଦ କରିଛନ୍ତି। ଆଉ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ପ୍ରତ୍ୟେକ ସଫଳ ମଣିଷ ପଛରେ କିଛି ନା କିଛି ସଂଘର୍ଷର କାକହାଣୀ ରହିଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe