ମିଳିଲା ଅଶ୍ବିନୀ କୁମାରଙ୍କ ସୁଇସାଇଡ୍‌ ନୋଟ୍‌, ଏହି କାରଣରୁ ନେଇଥିଲେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ

ମିଳିଲା ଅଶ୍ବିନୀ କୁମାରଙ୍କ ସୁଇସାଇଡ୍‌ ନୋଟ୍‌, ଏହି କାରଣରୁ ନେଇଥିଲେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ

MBS News

ସିମଲା: ଗତକାଲି ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ବିନୀ କୁମାରଙ୍କୁ  ସିମଲାସ୍ଥିତ ତାଙ୍କ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଏହାକୁ ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରୁଥିଲା। ଏବେ ଅଶ୍ବିନୀଙ୍କ ସୁଇସାଇଡ୍‌(ଆତ୍ମହତ୍ୟା) ନୋଟ୍‌ ମଧ୍ୟ ମିଳିଯାଇଛି, ଯେଉଁଥିରେ ସେ କାହିଁକି ଜୀବନ ହରାଇଛନ୍ତି ସ୍ପଷ୍ଟ ଭାବେ ଲେଖାଯାଇଛି।

ହିମାଚଳ ପ୍ରଦେଶର ଡିଜିପି ସଞ୍ଜୟ କୁଣ୍ଡୁଙ୍କ କହିବାନୁସାରେ, ଅଶ୍ବିନୀ ଏକ ସୁଇସାଇଡ୍‌ ନୋଟ୍‌ ଜରିଆରେ ଏପରି ଏକ ଚରମ ପଦକ୍ଷେପ କାହିଁକି ନେଲେ ବୋଲି ସ୍ପଷ୍ଟ କରିଛନ୍ତି। ସେଥିରେ ସେ ଲେଖି ଯାଇଛନ୍ତି ଯେ ତାଙ୍କର ରୋଗ ଏବଂ ଅକ୍ଷମତା ପାଇଁ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ବି ଲେଖିଛନ୍ତି ଯେ ‘ମୁଁ ଏକ ନୂତନ ଯାତ୍ରା ଆରମ୍ଭ କରୁଛି। ସମସ୍ତେ ଖୁସି ହେବା ଆବଶ୍ୟକ। କେହି ବି ହେଲେ କୌଣସି ପ୍ରକାରର ରୀତିନୀତି କିମ୍ବା ସମାରୋହ କରିବା ଉଚିତ ନୁହେଁ।’

publive-image MBS News

କୁଣ୍ଡୁ କହିଛନ୍ତି ଯେ କୁମାରଙ୍କ ପୁଅ ଏବଂ ବୋହୂ ହିଁ ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କୁ ରାତି ପ୍ରାୟ ୭ଟା ସମୟରେ ତାଙ୍କ ବାସଭବନରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଠାବ ହେବା ପରେ ଘଟଣାସ୍ଥଳରେ ପୁଲିସ ଏବଂ ଡାକ୍ତରୀ ଦଳ ପହଞ୍ଚିଥିଲେ। ତେବେ ଶିମ୍‌ଲାର ବ୍ରୋକ୍‌ସର୍ଟସ୍ଥିତ ତାଙ୍କ ବାସଭବନରେ କୁମାର ରଶି ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଥିଲା।

ଉଲ୍ଲେଖଯୋଗ୍ୟ, ୧୯୭୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଶ୍ବିନୀ କୁମାର ୨୦୧୩ରେ ସ୍ବଳ୍ପକାଳ ଲାଗି ନାଗାଲାଣ୍ଡର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ  ଅଶ୍ବିନୀ କୁମାର ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ( ସିବିଆଇ)ର ନିର୍ଦ୍ଦେଶକ ଥିଲେ। ସିବିଆଇ କାର୍ଯ୍ୟକାଳ ମଧ୍ୟରେ ସେ ଆରୁଷୀ-ହେମରାଜ ହତ୍ୟା ମାମଲା ଏବଂ ସୋହରାବୁଦ୍ଦିନ ନକଲି ଏନକାଉଣ୍ଟର ମାମଲା ଭଳି ଅନେକ ହାଇପ୍ରୋଫାଇଲ୍ ମାମଲା ପରିଚାଳନା କରିଥିଲେ। ଏହାପୂର୍ବରୁ ସେ ଅଗଷ୍ଟ ୨୦୦୬ରୁ ଜୁଲାଇ ୨୦୦୮ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଡିଜିପି ଭାବରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe