ନୂଆଦିଲ୍ଲୀ: ମୁମ୍ବାଇରୁ ଆମେରିକାର ନିଉୟାର୍କ ସହରକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ବୋମା ଥିବା ନେଇ ଗୁଜବ ହେବା ପରେ ଲଣ୍ଡନରେ ଏହାର ଜରୁରୀ ଅବତରଣ କରାଯାଇଛି। ବ୍ରିଟେନର ଲଢ଼ୁଆ ବିମାନ ସହାୟତାରେ ଏହାର ଏହି ବିମାନର ଅବତରଣ କରାଯାଇଛି। ତେବେ ଏହା ଏକ ଗୁଜବ ଥିଲା ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ବିମାନଟି ଲଣ୍ଡନର ଷ୍ଟାନଷ୍ଟେଡ ବିମାନ ବନ୍ଦରରେ ଅବତରଣ କରିଛି। ମୁମ୍ବାଇ ବିମାନ ବନ୍ଦରକୁ ଜଣେ କେହି ମିଛରେ ଟେଲିଫୋନ କରିବା ଦ୍ବାରା ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us