ଜାତୀୟ ରାଜପଥରେ ଜରୁରୀ ଅବତରଣ କରିବ ବାୟୁସେନା ବିମାନ, ଉଦଘାଟନ କରିବେ ରାଜନାଥ ଓ ଗଡ଼କରୀ

Advertisment
ଜାତୀୟ ରାଜପଥରେ ଜରୁରୀ ଅବତରଣ କରିବ ବାୟୁସେନା ବିମାନ, ଉଦଘାଟନ କରିବେ ରାଜନାଥ ଓ ଗଡ଼କରୀ

photo-Live Hindustan

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ବିମାନ ଚଳିତ ସପ୍ତାହରେ ରାଜସ୍ଥାନର ବାଡ଼ମେରର ଏକ ଜାତୀୟ ରାଜପଥରେ ଜରୁରୀ ଅବତରଣ ଅଭ୍ୟାସ କରିବ। ଏହି ବିମାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ରହିବେ। ସୂତ୍ରରୁ ପ୍ରକାଶ ଯେ ଉଭୟ ମନ୍ତ୍ରୀ ଏହି ସପ୍ତାହରେ ବାଡ଼ମେର ଜାତୀୟ ରାଜପଥରେ ୩.୫ କିଲୋମିଟର ଲମ୍ବର ଏୟାରଷ୍ଟ୍ରିପ୍ ଉଦଘାଟନ କରିବେ | ବାୟୁସେନାର ଯୁଦ୍ଧ ବିମାନ ଏବଂ ଅନ୍ୟାନ୍ୟ ବିମାନର ଜରୁରୀକାଳୀନ ଅବତରଣ ପାଇଁ ପ୍ରସ୍ତୁତ ଥିବାରୁ ଏହାକୁ ଉଦଘାଟନ କରାଯିବ ।

ମିଳିଥିବା ସୂଚନା ମୁତାବକ ଏହା ଭାରତର ପ୍ରଥମ ଜାତୀୟ ରାଜପଥ ହେବ ଯାହା ଭାରତୀୟ ବାୟୁସେନା ବିମାନର ଜରୁରୀ ଅବତରଣ ପାଇଁ ବ୍ୟବହୃତ ହେବ। ଅକ୍ଟୋବର ୨୦୧୭ ରେ, ବାୟୁସେନାର ଯୁଦ୍ଧ ବିମାନ ଲଖନଉ- ଆଗ୍ରା ଏକ୍ସପ୍ରେସୱେରେ ଏକ ଅବତରଣ ଅଭ୍ୟାସ କରିଥିଲା | ତେବେ ​​ଲଖନଉ-ଆଗ୍ରା ଏକ୍ସପ୍ରେସୱେ ଉତ୍ତରପ୍ରଦେଶ ସରକାରଙ୍କ ଅଧୀନରେ ରହିଛି ।

ସୂଚନାନୁସାରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ର ଅଧିକାରୀମାନେ ବାୟୁସେନା ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ବାଡ଼ମେର ଜାତୀୟ ରାଜପଥରେ ଏୟାରଷ୍ଟ୍ରିପ୍ ବିକଶିତ କରିଥିଲେ। ଆଉ ଆଗାମୀ ଦିନରେ ଦେଶରେ ୧୨ ଟି ଜାତୀୟ ରାଜପଥ ପ୍ରସ୍ତୁତ କରାଯାଉଛି ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ବାୟୁସେନା ବିମାନ ଏୟାରଷ୍ଟ୍ରିପ୍ ଭାବରେ ଏହାକୁ ବ୍ୟବହାର କରିପାରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe