ବୈଷୟିକ ତ୍ରୁଟି ପାଇଁ ଯମୁନା ଏକ୍ସପ୍ରେସ ୱେରେ ଜରୁରୀ ଅବତରଣ କଲା ଟ୍ରେନିଂ ବିମାନ

Advertisment
ବୈଷୟିକ ତ୍ରୁଟି ପାଇଁ ଯମୁନା ଏକ୍ସପ୍ରେସ ୱେରେ ଜରୁରୀ ଅବତରଣ କଲା ଟ୍ରେନିଂ ବିମାନ

photo-news 18

ନୂଆଦିଲ୍ଲୀ: ବୈଷୟିକ ତ୍ରୁଟି ପାଇଁ ଯମୁନା ଏକ୍ସପ୍ରେସ ୱେରେ ଜରୁରୀ ଅବତରଣ କଲା ଟ୍ରେନିଂ ବିମାନ | ଗୁରୁବାର ଉତ୍ତରପ୍ରଦେଶର ମଥୁରାର ଯମୁନା ଏକ୍ସପ୍ରେସ ୱେରେ ଏକ ଘରୋଇ ଟ୍ରେନିଂ ବିମାନ ଜରୁରୀ ଅବତରଣ କରିଥିଲା । ଦୁଇ ସିଟ୍ ବିଶିଷ୍ଟ ବିମାନରେ ବୈଷୟିକ ତ୍ରୁଟି ଦେଖାଦେବା ପରେ ଯମୁନା ଏକ୍ସପ୍ରେସ ୱେରେ ବିମାନର ପାଇଲଟ୍ ଜାଗୃତ ଏହାକୁ ସୁରକ୍ଷିତ ଅବତରଣ କରିଥିଲେ।

ଅବତରଣ ସମୟରେ ଦୁଇଜଣ ବ୍ୟକ୍ତି ବିମାନରେ ଥିଲେ। ବିମାନଟି ଆଲିଗଡରୁ ହରିୟାଣା ଅଭିମୁଖେ ଯାଉଥିବାବେଳେ ବୈଷୟିକ ତ୍ରୁଟି ପରେ ଏହାକୁ ଯମୁନା ଏକ୍ସପ୍ରେସ ୱେ ବ୍ରିଜ ନମ୍ବର ୭୨ ରେ ଅବତରଣ କରାଯାଇଥିଲା | ବିମାନର ଉଭୟ ପାଇଲଟ୍ ସୁରକ୍ଷିତ ଅଛନ୍ତି। ଘଟଣାର ସୂଚନା ପାଇବା ମାତ୍ରେ ମଥୁରା ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଯମୁନା ଏକ୍ସପ୍ରେସ ୱେରେ ଯେବର ଟୋଲ ପ୍ଲାଜା ଠାରେ ଆଜି ଅପରାହ୍ନ ପ୍ରାୟ ୧ ଟା ସମୟରେ ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଗ୍ଲାଇଡର ବିମାନର ଜରୁରୀ ଅବତରଣ କରାଯାଇଥିଲା। ଏହି ଅବତରଣ ସମୟରେ କୌଣସି କ୍ଷୟକ୍ଷତି ହୋଇନାହିଁ | ସୂଚନା ଥାଉ କି ପୂର୍ବରୁ ମଧ୍ୟ ଯମୁନା ଏକ୍ସପ୍ରେସ ୱେରେ ବିମାନର ଜରୁରୀ ଅବତରଣ କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe