ଉଡ଼ାଣ ପରେ ଜଳନ୍ତା ବିମାନର ଜରୁରୀକାଳୀନ ଅବତରଣ, ସମସ୍ତ ୨୩୧ ଯାତ୍ରୀ ଓ ୧୦ କର୍ମଚାରୀ ସୁରକ୍ଷିତ

ଉଡ଼ାଣ ପରେ ଜଳନ୍ତା ବିମାନର ଜରୁରୀକାଳୀନ ଅବତରଣ, ସମସ୍ତ ୨୩୧ ଯାତ୍ରୀ ଓ ୧୦ କର୍ମଚାରୀ ସୁରକ୍ଷିତ

680news.com

ନୂଆଦିଲ୍ଲୀ : ରବିବାର ସକାଳେ କଲରାଡୋର ଡେନଭରରୁ ହାଵାଇ ଅଭିମୁଖେ ଯାଉଥିବା ଆମେରିକୀୟ ବିମାନ ଚଳାଚଳ ସଂସ୍ଥା ୟୁନାଇଟେଡ୍‌ ଏୟାରଲାଇନ୍‌ସର ଏକ ବିମାନର ଇଞ୍ଜିନ୍‌ ଉଡ଼ାଣର କିଛି ସମୟ ପରେ ଜଳିଯାଇଥିଲା। ଆକାଶରୁ ବିମାନର ଜଳନ୍ତା ଟୁକୁରା ତଳକୁ ଖସିବାକୁ ଲାଗିଥିବା ବେଳେ ସୌଭାଗ୍ୟବଶତଃ ସଂପୃକ୍ତ ବିମାନ ଚାଳକ ଡେନଭର ଆନ୍ତର୍ଜାତିକ ବିମାନବନ୍ଦରରେ ସଫଳତାର ସହ ଏହାର ଜରୁରୀକାଳୀନ ଅବତରଣ କରାଇଥିଲେ। ଫଳରେ ସୌଭାଗ୍ୟବଶତଃ ଏଥିରେ ଥିବା ସମସ୍ତ ୨୩୧ ଜଣ ଯାତ୍ରୀ ଓ ୧୦ ଜଣ ବିମାନ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି। ତେବେ ବୋଇଂ ୭୭୭ ବିମାନରେ ଉଡ଼ାଣ ଆରମ୍ଭ ପରେ ଏଭଳି ଇଂଜିନରେ ନିଆଁ ଲାଗିବା ପ୍ରଥମ ଘଟଣା ଏବଂ ଏହା ବିଶ୍ବବ୍ୟାପୀ ଚିନ୍ତାର କାରଣ ହୋଇଛି। ବିମାନ ୧୦୦୦ ଫୁଟ ଉଚ୍ଚରେ ଥିବା ବେଳେ ଏଥ‌ିରେ ନିଆଁ ଲାଗିଥିଲା ଏବଂ ଗୋଟିଏ ପରେ ଗୋଟିଏ ଯନ୍ତ୍ରାଂଶ ଖଣ୍ଡ ଖଣ୍ଡ ହୋଇ ଖସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe