ଦୁବାଇ ଜେଟ୍‌ରେ ଆସିଥିବା ଯାତ୍ରୀଙ୍କ ଠାରେ ଫ୍ଲୁ ଲକ୍ଷଣ ଦେଖି ଆମେରିକା ବିମାନ ବନ୍ଦରରେ ଆତଙ୍କ

Advertisment
ଦୁବାଇ ଜେଟ୍‌ରେ ଆସିଥିବା ଯାତ୍ରୀଙ୍କ ଠାରେ ଫ୍ଲୁ ଲକ୍ଷଣ ଦେଖି ଆମେରିକା ବିମାନ ବନ୍ଦରରେ ଆତଙ୍କ

ନ୍ୟୁୟର୍କ: ବୁଧବାର ଦିନ ଫ୍ଲୁ ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇପଡ଼ିଥିବା କେତେକ ଯାତ୍ରୀ ଏବଂ ବିମାନ ପରିଚାରକଙ୍କୁ ନେଇ ଦୁବାଇରୁ ଆସିଥିବା ଏକ ବିରାଟ ବ୍ୟାବସାୟିକ ଜେଟ୍‌ ନ୍ୟୁୟର୍କର କେନେଡି ଏୟାର୍‌ ପୋର୍ଟରେ ଅବତରଣ କରୁଛି ବୋଲି ପାଇଲଟ୍‌ ବେତାର ଘୋଷଣା କରିବା ପରେ ସେଠାରେ ଆତଙ୍କ ଖେଳି ଯାଇଥିଲା।

ୟୁଏସ୍‌ ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ତୁରନ୍ତ ୫୨୦ ଜଣ ଯାତ୍ରୀ ଥିବା ସେ ଡବଲ୍‌-ଡେକର୍‌ ଏମିରେଟ୍‌ସ୍‌ ବିମାନଟିକୁ ବାସନ୍ଦ କରିବା ଭଳି ରଖିଲେ। ସେଥିରେ ପ୍ରାୟ ୧୦୦ ପାଖାପାଖି ଯାତ୍ରୀ କାଶ, ମୁଣ୍ଡବିନ୍ଧା, ତଣ୍ଟିଦରଜ ଏବଂ ଜ୍ୱର ଆଦି ବେମାରୀରେ ଆକ୍ରାନ୍ତ ହୋଇ ପଡ଼ିଥିଲେ ପୂର୍ବରୁ ଅନୁମାନ କରାଯାଇଥିଲା।

ଅଧିକାରୀମାନେ କହିଛନ୍ତି ସେ ଯାହାହେଉ ତିନି ଜଣ ଯାତ୍ରୀ ଏବଂ ସାତ ଜଣ ବିମାନ ପରିଚାରକଙ୍କୁ ପ୍ରତିଷେଧକମୂଳକ ପଦକ୍ଷେପ ଭାବେ ଡାକ୍ତରଖାନାକୁ ନିଆଯାଇଥିଲା। ବାକି ସମସ୍ତଙ୍କୁ ସେମାନଙ୍କ ଗସ୍ତରେ ଛାଡ଼ି ଦିଆଯାଇଥିଲା। ଏ ଭଳି କାହିଁକି ଘଟିଲା ବୋଲି ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ତାହା ନିର୍ଦ୍ଧାରଣ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe