ଏଲଏସିରେ ଚୀନ୍‌‌ ସେନାର ସ୍ଥିତି ଜାଣିବାକୁ ତିବ୍ବତ ଉପରେ ଗତିକଲା ଭାରତର ଗୁଇନ୍ଦା ସାଟେଲାଇଟ୍ ‘ଏମିସାଟ୍’

Advertisment
ଏଲଏସିରେ ଚୀନ୍‌‌ ସେନାର ସ୍ଥିତି ଜାଣିବାକୁ ତିବ୍ବତ ଉପରେ ଗତିକଲା ଭାରତର ଗୁଇନ୍ଦା ସାଟେଲାଇଟ୍ ‘ଏମିସାଟ୍’

Image Courtesy of Zee News

ନୂଆଦିଲ୍ଲୀ: ତିବ୍ବତ ଉପରେ ଅତିକ୍ରମ କରି ଭାରତର ଗୁଇନ୍ଦା ସାଟେଲାଇଟ୍ ‘ଏମିସାଟ୍’ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନ୍‌ର ସେନାବାହିନୀ ‘ପିପୁଲ୍ସ୍‌ ଲିବରେସନ୍ ଆର୍ମି’ର ସ୍ଥିତି ସମ୍ବନ୍ଧରେ ସୂଚନା ସଂଗ୍ରହ କରିଛି।

‘କୌଟିଲ୍ୟ’ ନାମରେ ‘ଏଲ୍‌ଇଣ୍ଟ୍‌’ ବା ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍‌ସ ପ୍ୟାକେଜ୍ ଧାରଣ କରିଥିବା ଏହି ସାଟେଲାଇଟ୍‌ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ ନିକଟ ଅଧିକୃତ ତିବ୍ବତରେ ଥିବା ‘ପିପୁଲ୍ସ୍‌ ଲିବରେସନ୍ ଆର୍ମି’ର ଅବସ୍ଥିତି ସ୍ଥାନ ଉପର ଦେଇ ଅତିକ୍ରମ କରିଛି।

ରେଡିଓ ସଙ୍କେତଗୁଡ଼ିକୁ ରେକର୍ଡିଙ୍ଗ୍ କରି ଅନୁଶୀଳନ କରିବା ବ୍ୟବସ୍ଥା ‘ଏଲ୍‌ଇଣ୍ଟ୍‌ କୌଟିଲ୍ୟ’ରେ ରଖାଯାଇଛି। ଶତ୍ରୁ ଅଞ୍ଚଳରେ ହେଉଥିବା ସମସ୍ତ ପ୍ରକାର ପ୍ରସାରଣର ଉତ୍ସର ପ୍ରକାର ଓ ଅବସ୍ଥିତି ନିର୍ଦ୍ଧାରଣ କରିବାକୁ ଏଥିରେ ବେତାର ସଙ୍କେତ ବ୍ୟବହାର କରାଯାଏ। ଏହି ସାଟେଲାଇଟ୍‌ର ପରିଚାଳନା କରୁଛି ‘ଡିଫେନ୍‌ସ୍ ରିସର୍ଚ ଆଣ୍ଡ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍’। ଏପ୍ରିଲ୍ ୨୦୧୯ରେ ଏହାକୁ କକ୍ଷପଥରେ ସ୍ଥାପନ କରାଯାଇଥିଲା।

publive-image Image Courtesy of Swarajya

ଏମିସାଟ୍‌ ବିଷୟରେ ମେଜର୍‌ ଜେନେରାଲ୍ (ସେବାନିବୃତ) ଏକେ ସିୱାଚ୍ କହନ୍ତି ଯେ, ତିବ୍ବତରେ ଚୀନ୍ ସେନା ସମାଗମ ଜାଣିବା ଗୁରୁତ୍ବପୂର୍ଣ୍ଣ। ପୂର୍ବ ଗୁଇନ୍ଦା ସୂଚନା ଅନୁସାରେ, ତିବ୍ବତରେ ଦୁଇଟି ଏମ୍‌ଏସି ଡିଭିଜନ୍‌ ଏବଂ ଗୋଟାଏ ମୋଟୋରାଇଜ୍‌ଡ୍ ଡିଭିଜନ୍ ଏକତ୍ର କରିଛି।

ଜୁଲାଇ ୧୧ ତାରିଖରେ ‘ଏମିସାଟ୍‌’ର ପ୍ରୋଜେକ୍ଟ କୌଟିଲ୍ୟ ପାକିସ୍ତାନ ନୌସେନାର ଓମାରା ବେସ୍‌ ଉପର ଦେଇ ଅତିକ୍ରମ କରିଥିଲା। ସେଠାରେ ବୁଡ଼ାଜାହଜ ରହିବାର ବ୍ୟବସ୍ଥା ରହିଛି। ଅଳ୍ପ କିଛି ବର୍ଷ ତଳେ ଚୀନ୍ ବୁଡ଼ାଜାହାଜଗୁଡ଼ିକୁ ସେଠାରେ ଆଶ୍ରୟ ଦିଆଯାଇଥିବା ଖବର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe