ଅଟ୍ଟାରୀ-ୱାଘା ସୀମାରେ ଭାବପ୍ରବଣ ଦୃଶ୍ୟ: ଦୀର୍ଘ ବର୍ଷ ଭାରତରେ ରହିଥିବା ୯୦୦ ଲୋକ ଭାରତ ଛାଡ଼ି ପାକିସ୍ତାନ ଗଲେ

Advertisment

ଅଟ୍ଟାରୀ-ୱାଘା ସୀମାରେ ଏବେ ଅତ୍ୟନ୍ତ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଟ୍ଟାରୀ-ୱାଘା ସୀମାରେ ଏବେ ଅତ୍ୟନ୍ତ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।

gddgvccv

ଶ୍ରୀନଗର: ଅଟ୍ଟାରୀ-ୱାଘା ସୀମାରେ ଏବେ ଅତ୍ୟନ୍ତ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭାରତରେ ରହୁଥିବା ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସମୟସୀମା ମଧ୍ୟ ଧାର୍ଯ୍ୟ କରିଥିଲେ। ଏହି ଧାର୍ଯ୍ୟ ସମୟର ଶେଷ ତାରିଖ ଏପ୍ରିଲ ୨୯ରେ କେବଳ ୧୧୦ ଜଣ ଲୋକ ପାକିସ୍ତାନ ଯାଇଛନ୍ତି। ଭାରତରେ ଦୀର୍ଘ ବର୍ଷ ଧରି ରହୁଥିବା ପ୍ରାୟ ୯୦୦ ଲୋକ ଭାରତ ଛାଡ଼ି ପାକିସ୍ତାନ ଯାଇଛନ୍ତି।  ସବୁଠାରୁ ଅଲଗା ହେଉଛି ଓସାମା ନାମକ ଜଣେ ବ୍ୟକ୍ତିଙ୍କ କାହାଣୀ। ସେ ଦୀର୍ଘ ୧୭ ବର୍ଷ ଭାରତରେ ରହିଛନ୍ତି। ଭାରତରେ ବୋର୍ଡ ପରୀକ୍ଷା ଦେଇଛନ୍ତି। ଭାରତ‌ରେ ତାଙ୍କ ଆଧାର କାର୍ଡ ଅଛି ଏବଂ ଏପରିକି ନିର୍ବାଚନରେ ଭୋଟ୍‌ ମଧ୍ୟ ଦେଇଛନ୍ତି।  ଓସାମାଙ୍କ ପ୍ରକୃତ ଘର ଟ୍ବିନ୍‌ସିଟି ରାୱଲପିଣ୍ଡି-ଇସଲାମାବାଦରେ।  ଭାରତ ଛାଡ଼ିଥିବା ୯୦୦ ଲୋକଙ୍କ ମଧ୍ୟରେ ସେ ମଧ୍ୟ ଅଛନ୍ତି।

ଜମ୍ମୁ କାଶ୍ମୀରରୁ ୬୦ ପାକିସ୍ତାନୀ ମହିଳା ଏବଂ ସେମାନଙ୍କ ପିଲାଙ୍କୁ ପାକିସ୍ତାନ ପଠାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବତନ କାଶ୍ମୀରୀ ଆତଙ୍କବାଦୀଙ୍କୁ ବିବାହ କରିଥିଲେ। ପ୍ରାୟ ୧୧ ଜଣ ପାକିସ୍ତାନୀ ନାଗରିକ ବୈଧ ଭିସା ସହ ଭାରତ ପ୍ରବେଶ କରିଥିଲେ ଏବଂ ସେମାନେ ୫ ଦଶନ୍ଧି ରହିଥିଲେ ସୁଦ୍ଧା ସେମାନଙ୍କୁ ମଧ୍ୟ ପାକିସ୍ତାନ ପଠାଇ ଦିଆଯାଇଛି।  ପାକିସ୍ତାନୀ ମହିଳା ମୀନାଲ ଖାନ୍‌ ଯିଏ ନିକଟରେ ଜଣେ ସିଆରପିଏଫ୍‌ ସଦସ୍ୟ ମୁନୀର ଖାନ୍‌ଙ୍କୁ ବିବାହ କହିଥିଲେ ତାଙ୍କୁ ମଧ୍ୟ ପାକିସ୍ତାନ ପଠାଯାଇଛି। ମୁନୀର ଖାନ୍‌ଙ୍କ ଘର ଜମ୍ମୁର ଘରୋଟାରେ। ଦୁହେଁ ଅନଲାଇନ୍‌ରେ ଭେଟ ହୋଇଥିଲେ ଏବଂ ପରେ ସେମାନଙ୍କ ବିବାହ ହୋଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe