ଶବଦାହ ପାଇଁ ବିଜୁଳି, ପିଏନ୍‌ଜିର ବ୍ୟବହାର ଉପରେ ଗୁରୁତ୍ବ

Advertisment
ଶବଦାହ ପାଇଁ ବିଜୁଳି, ପିଏନ୍‌ଜିର ବ୍ୟବହାର ଉପରେ ଗୁରୁତ୍ବ

IG News

ନୂଆଦିଲ୍ଲୀ: ଶବ ଦାହ ପାଇଁ ପରିବେଶ ଅନୁକୂଳ ବ୍ୟବସ୍ଥା ଆପଣାଇବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ବାୟୁ ପ୍ରଦୂଷଣ ରୋକିବାକୁ କାଠର ବିକଳ୍ପ ଭାବେ ବିଜୁଳି କିମ୍ବା ପିଏନ୍‌ଜି ବ୍ୟବସ୍ଥା ଥିବା ଶବ ଦାହ ଗୃହ ସ୍ଥାପନ କରିବା ଦିଗରେ ବିଚାର କରିବା ପାଇଁ ଟ୍ରିବ୍ୟୁନାଲ କହିଛନ୍ତି।

ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁମାର ଗୋୟଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗାଜିଆବାଦସ୍ଥିତ ଇନ୍ଦିରାପୁରମ ଶକ୍ତିଖଣ୍ଡ-୪ ଶବଦାହ ଗୃହ ମାମଲା ଶୁଣାଣି ଅବସରରେ ଏହାର ଉପାଦେୟତା ସମ୍ପର୍କରେ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଶହ ଦାହ ଯୋଗୁ ବାୟୁ ପ୍ରଦୂଷିତ ହେଉଛି। କାଠର ବିକଳ୍ପ ଭାବେ ବିଜୁଳି ଓ ପିଏନ୍‌ଜି ଚାଳିତ ଶବ ଦାହ ଗୃହ ସ୍ଥାପନ ବିଚାର କରାଯାଇପାରେ। କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଖଣ୍ଡପୀଠଙ୍କ ଉଦ୍ଦେଶ୍ୟ ନୁହେଁ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଏହା ଉପରେ ପଦକ୍ଷେପ ନେବା ପାଇଁ ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe