କମ୍ ଦରମା ନେଇ କର୍ମଚାରୀଙ୍କ ପ୍ରତିବାଦ: ବିମାନ କଂପାନିଙ୍କୁ କର୍ମଚାରୀଙ୍କ ସମୂହ ଛୁଟି ଚିନ୍ତା

Advertisment
କମ୍ ଦରମା ନେଇ କର୍ମଚାରୀଙ୍କ ପ୍ରତିବାଦ: ବିମାନ କଂପାନିଙ୍କୁ କର୍ମଚାରୀଙ୍କ ସମୂହ ଛୁଟି ଚିନ୍ତା

ନୂଆଦିଲ୍ଲୀ : ଭାରତୀୟ ବିମାନ ଶିଳ୍ପ ଏକ ଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି। କିଛି ନିର୍ଦିଷ୍ଟ ବର୍ଗର କର୍ମଚାରୀ ସମୂହ ଛୁଟିରେ ଯାଉଥିବାରୁ ବିମାନ ଚଳାଚଳ ପ୍ରଭାବିତ ହେଉଛି। ଏହାର ପ୍ରଥମ ଶିକାର ହୋଇଥିଲା ଇଣ୍ଡିଗୋ। ଏୟାର ଇଣ୍ଡିଆର ସାକ୍ଷାତକାର ଦିନ କଂପାନିର ବହୁ କ୍ରୁ ସଦସ୍ୟ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଚାଲିଯାଇଥିଲେ। ଏବେ ଗୋ ଫାଷ୍ଟ୍‌ ସେଭଳି ସମସ୍ୟା ସାମ୍ନା କରିଛି। କଂପାନିର ବିମାନ ରକ୍ଷଣାବେକ୍ଷଣ ଟେକ୍ନିସିଆନ୍‌ମାନେ ସମୂହ ଛୁଟିରେ ଯାଇଛନ୍ତି। କମ୍ ବେତନକୁ ବିରୋଧ କରି ସେମାନେ ଏଭଳି ପ୍ରତିବାଦ କରିଛନ୍ତି।

ସମାନ କାରଣ ଦର୍ଶାଇ ଇଣ୍ଡିଗୋର ଟେକ୍ନିସିଆନ୍‌ମାନେ ମଧ୍ୟ ଗତ ଛଅ ଦିନ ଧରି ସମୂହ ଛୁଟିରେ ରହିଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ଆଶା ପ୍ରକଟ କରିଛି। ସିଜିସିଏ ପକ୍ଷରୁ କୁହାଯାଇଛି ଯେ ସମୂହ ଛୁଟି ସ୍ଥିତି ଉପରେ ଆମେ କଡ଼ା ନଜର ରଖିଛୁ। ବର୍ତ୍ତମାନ ସୁଦ୍ଧା ବିମାନ ଚଳାଚଳ ସ୍ବାଭାବିକ ରହିଛି। ଏହି ସମସ୍ୟାର ସମାଧାନ ଶୀଘ୍ର ହୋଇଯିବା ଆଶା କରାଯାଉଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ କର୍ମଚାରୀଙ୍କ ବେତନ ସମ୍ପର୍କିତ ସମସ୍ୟାର ସମାଧାନ ଲାଗି ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe