ଆତଙ୍କବାଦ ମୁକାବିଲା ଲାଗି କାବୁଲ୍‌କୁ ସଶକ୍ତ କରି ବୈଶ୍ବିକ ନିରାପତ୍ତା ବୃଦ୍ଧି କରନ୍ତୁ: ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌

ଆତଙ୍କବାଦ ମୁକାବିଲା ଲାଗି କାବୁଲ୍‌କୁ ସଶକ୍ତ କରି ବୈଶ୍ବିକ ନିରାପତ୍ତା ବୃଦ୍ଧି କରନ୍ତୁ: ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌

Image Courtesy of The Times of India

ନୂଆଦିଲ୍ଲୀ: ଆଞ୍ଚଳିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦ ଓ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ମୁକାବିଲା ଲାଗି ଆଫଗାନିସ୍ତାନର ସାମର୍ଥ୍ୟ ବୃଦ୍ଧି କରାନ୍ତୁ ବୋଲି ଚୀନ୍‌ ସମେତ ୭ଟି ଦେଶର ନିରାପତ୍ତା ଉପଦେଷ୍ଟାଙ୍କ ସହ ଅନୁଷ୍ଠିତ ଆଲୋଚନାରେ ଶୁକ୍ରବାର ଦିନ ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ କହିଛନ୍ତି।

ଉକ୍ତ ଆଲୋଚନା ସଭାରେ ଶୀର୍ଷସ୍ତରୀୟ ନିରାପତ୍ତା ଅଧିକାରୀମାନେ ବଞ୍ଚି ରହିବା ଅଧିକାର, ସମ୍ମାନଜନକ ଜୀବନଯାପନ, ମାନବ ଅଧିକାର ଏବଂ ସହାୟତା ଲୋଡୁଥିବା ଦେଶକୁ ସହାୟତା ମିଳିବା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ।

ଉଲ୍ଲେଖଯୋଗ୍ୟ, ତାଜିକିସ୍ତାନ, ଭାରତ, ରୁଷ୍‌, କାଜାଖସ୍ତାନ, ଉଜ୍‌ବେକିସ୍ତାନ, ଇରାନ, କିର୍‌ଗିଜ୍‌ସ୍ତାନ ଏବଂ ଚୀନ୍‌ରୁ ଆସିଥିବା ଜାତୀୟ ନିରାପତ୍ତା ଉପଦେଷ୍ଟାମାନଙ୍କ ବୈଠକରେ ଡୋଭାଲ୍‌ ଆଫଗାନିସ୍ତାନର ଏବଂ ସେ ଅଞ୍ଚଳର ପରିସ୍ଥିତି ପ୍ରସଙ୍ଗରେ ଆଲୋଚନା କରିବା ସହ ସେଠାକାର ଶାନ୍ତି ଓ ସ୍ଥିରତା ଉପରେ ସୁନିଶ୍ଚିତ ହେବା ଲାଗି ଗଠନମୂଳକ ଉପାୟ କରିବା ପାଇଁ କହିଛନ୍ତି।

publive-image Image Courtesy of Deccan Chronicle

ଗୁରୁତ୍ବାରୋପ କରି ସେ କହିଲେ ଯେ, ଭାରତ ସହିତ ଥିବା ଐତିହାସିକ ଓ ସଭ୍ୟତାଗତ ସମ୍ପର୍କ ଆଫଗାନିସ୍ତାନକୁ ଏ ଦିଗରେ ପରିଚାଳିତ କରିବ। ଦଶନ୍ଧି ହେବ ଦଶନ୍ଧି ହେବ ଭାରତ କିଭଳି ଆଫଗାନିସ୍ତାନର ଭିତ୍ତିଭୂମି, ଯୋଗାଯୋଗ ଏବଂ ମାନବୀୟ ସହାୟତା ଯୋଗାଇ ଦେଉଛି। ତାଲିବାନ ନିୟନ୍ତ୍ରଣକୁ ଯିବା ପରେ ୧୭,୦୦୦ ମେଟ୍ରିକ୍‌ ଟନ୍‌ ଗହମ ୫୦ ହଜାର ଡୋଜ୍‌ କୋଭାକ୍ସିନ୍‌ ଏବଂ ୧୩ ଟନ୍‌ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଏବଂ ଶୀତବସ୍ତ୍ର ତଥା ୬୦ ନିୟୁତ ଡୋଜ୍‌ ପୋଲିଓ ଟିକା ଯୋଗାଇ ଦେଇଛି। ଆଫଗାନିସ୍ତାନକୁ ସମୁଦାୟ ୫୦,୦୦୦ ମେଟ୍ରିକ୍‌ ଟନ୍‌ ଗହମ ଦେବ ବୋଲି ଭାରତ ପ୍ରତିଶ୍ରୁତି ଦେଇଛି।

ଏହା ବ୍ୟତିରେକେ, ମହିଳା ଓ ସଂଖ୍ୟାଲଘୁଙ୍କ ସମେତ ସମସ୍ତ ବର୍ଗ ଆଫଗାନ ସମାଜକୁ ପ୍ରତିନିଧିତ୍ବ କରିବା ଉଚିତ ବୋଲି ଡୋଭାଲ୍‌ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ଆଫଗାନିସ୍ତାନ ସଂକ୍ରାନ୍ତ ୩ୟ ‘ଆଞ୍ଚଳିକ ନିରାପତ୍ତା ଆଲୋଚନା’ ପରେ ଉପରୋକ୍ତ ଆଲୋଚନା ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe