Image Courtesy of Zee News
ମୁଜାଫରପୁର: ବିହାରର ମୁଜାଫରନଗରରେ ଜାପାନିଜ୍ ଏନ୍ସିଫାଲାଇଟିସ୍ରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଥିବା ପ୍ରାୟ ୧୯ ଜଣ ପିଲାଙ୍କର ମୃତ୍ୟୁ ଘଟିଛି ଏବଂ ସଂକ୍ରମଣର ଲକ୍ଷଣ ଦେଖା ଯାଉଥିବା ଡଜନାଧିକ ପିଲା ସହରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଶ୍ରୀକୃଷ୍ଣ ମେମୋରିଆଲ୍ କଲେଜ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ୧୫ ଜଣ ପିଲା ମରିଛନ୍ତି। ଅନ୍ୟ ଚାରିଜଣ ପିଲା ଘରୋଇ ହସ୍ପିଟାଲ୍ରେ ମରିଥିବା ସୂଚନା ମିଳିଛି।
ଶ୍ରୀକୃଷ୍ଣ ମେମୋରିଆଲ୍ କଲେଜ୍ ହସ୍ପିଟାଲ୍ର କ୍ରିଟିକାଲ୍ କେୟାର୍ ୟୁନିଟ୍ର ମୁଖ୍ୟ ଡାକ୍ତର ଗୋପାଳ ସାହାଣୀ କହନ୍ତି: ଗ୍ରୀଷ୍ମ ଓ ଗୁଳୁଗୁଳି ବଢ଼ିଲେ ଦେହର ଝାଳ ବାସ୍ପ ହୋଇ ପାରେ ନାହିଁ। ଗତ କିଛି ଦିନ ହେବ ବାୟୁମଣ୍ଡଳରେ ଆର୍ଦ୍ରତା ସ୍ତର ୫୦% ରହୁଛି। ଏବେ ସେ ଭଳି ୧୫ ଜଣ ପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୈନିକ ଏ ଭଳି ଆଠ ନଅଟି କେସ୍ ଆସୁଛି।
ଏନ୍ସିଫାଲାଇଟିସ୍ ଭୂତାଣୁ ସଂକ୍ରମଣଜନିତ ରୋଗ। ଏଥିଯୋଗୁଁ ସାମାନ୍ୟ ଥଣ୍ଡା ଏବଂ ଜ୍ୱର ସହ ମୁଣ୍ଡବିନ୍ଧା ହୋଇଥାଏ।
Follow Us