ଜମ୍ମୁ ଓ କଶ୍ମୀର: ପୁଲ୍‌ୱାମାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌; ଜଣେ ଯବାନ ସହିଦ

Advertisment
ଜମ୍ମୁ ଓ କଶ୍ମୀର: ପୁଲ୍‌ୱାମାରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌; ଜଣେ ଯବାନ ସହିଦ

Image Courtesy of India Today

ଶ୍ରୀନଗର: ଗୁରୁବାର ରାତିରୁ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟ ସମୟରେ ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଯାଇଛନ୍ତି।

ଆତଙ୍କବାଦୀମାନଙ୍କ ଗୁଳି ଚୋଟରେ ଆହତ ହେବା ପରେ ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

publive-image Image Courtesy of Zee News

ଏନ୍‌କାଉଣ୍ଟର୍‌ ଚାଲିଥିବା ଅଞ୍ଚଳରେ ତିନି ଚାରିଜଣ ଆତଙ୍କବାଦୀ ଫସି ରହିଥିବା ମନେହେଉଛି। ଆତଙ୍କବାଦୀମାନ ଉପସ୍ଥିତି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ରାଜପଡ଼ା ଅଞ୍ଚଳର ହାଞ୍ଜାନ ଗ୍ରାମରେ ନିରାପତ୍ତା ବଳ ‘କର୍ଡନ୍‌-ଆଣ୍ଡ-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଏହି ତଲାସକାରୀ ଦଳରେ ପୁଲିସ, ସେନା ଓ ‘ସିଆର୍‌ପିଏଫ୍‌’ କର୍ମଚାରୀମାନେ ସାମିଲ ଅଛନ୍ତି।

ପ୍ରଥମେ ଆତ୍ମଗୋପନକାରୀ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ‘ଏନ୍‌କାଉଣ୍ଟର୍‌’ର ସୂତ୍ରପାତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ୬ ମାସ ହେବ ୬୧ଜଣ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଗୁଳିଚୋଟରେ ନିହତ ହେଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe