ଜମ୍ମୁ-କଶ୍ମୀରର ବାରାମୁଲ୍ଲାରେ ଏନ୍‌କାଉଣ୍ଟର ୩ ଆତଙ୍କବାଦୀ ନିହତ

Advertisment
ଜମ୍ମୁ-କଶ୍ମୀରର ବାରାମୁଲ୍ଲାରେ ଏନ୍‌କାଉଣ୍ଟର ୩ ଆତଙ୍କବାଦୀ ନିହତ

ବାରାମୁଲ୍ଲା (ଜମ୍ମୁ- କାଶ୍ମୀର): ଦକ୍ଷିଣ ଜମ୍ମୁ- କଶ୍ମୀର ବାରାମୁଲ୍ଲା ଜିଲ୍ଲା ଅନ୍ତର୍ଗତ ବିନାର ଅଞ୍ଚଳରେ ଆଜି ଅପରାହ୍ଣରେ ସେନା ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ଘଟିଥିବା ଜାଣିବା ପାଇଁ ମିଳିଛି। ଏହି ଏନ୍‌କାଉଣ୍ଟରରେ ସେନା ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଦକ୍ଷିଣ ଜମ୍ମୁ- କଶ୍ମୀର ବାରାମୁଲ୍ଲା ଜିଲ୍ଲା ଅନ୍ତର୍ଗତ ବିନାର ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ସୁରକ୍ଷା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ବ୍ୟାପକ ତଲାସୀ ଅଭିଯାନ କରାଯାଇଥିଲା। ଏହି ସମୟରେ ସଂପୃକ୍ତ ଅଞ୍ଚଳରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନେ ସେନା ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଜବାବ ଦେବାକୁ ଯାଇ ସେନା ପକ୍ଷରୁ ମଧ୍ୟରୁ ଆତଙ୍କବାଦୀଙ୍କ ଉପରେ ଗୁଳି ଚାଳନା କରା ଯାଇଥିଲା। ଯେଉଁଥିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ଗତକାଲି ମଧ୍ୟ ସେନା ଯବାନଙ୍କ ପକ୍ଷରୁ ବଡ଼ଗାମ୍‌ରେ ହୋଇଥିବା ଅନ୍ୟ ଏକ ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe