ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଏନ୍‌କାଉଣ୍ଟର୍‌; ଦୁଇ ଆତଙ୍କବାଦୀ ନିହତ

Advertisment
ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଏନ୍‌କାଉଣ୍ଟର୍‌; ଦୁଇ ଆତଙ୍କବାଦୀ ନିହତ

Image Courtesy of Hindustan Times

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଏନ୍‌କାଉଣ୍ଟର୍‌ କାରଣରୁ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସକାଳେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।

ସମ୍ପୃକ୍ତ ଅଞ୍ଚଳରେ ସର୍ଚ ଆଣ୍ଡ୍‌ କର୍ଡନ୍‌ ଅଭିଯାନ ଆରମ୍ଭ ହୋଇଥିବା କଥା ପୁଲିସ କହିଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆଜିର ଘଟଣାକୁ ମିଶାଇ ଦୁଇ ଦିନ ମଧ୍ୟରେ ଦକ୍ଷିଣ କଶ୍ମୀରରେ ଚାରିଜଣ ଆତଙ୍କବାଦୀ ନିହତ ହେଲେଣି। ସୋମବାର ଦିନ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆରମ୍ଭ ହୋଇଥିବା ଗୁଳିବିନିମୟ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଚାଲୁ ରହିଥିଲା।

publive-image Image Courtesy of The Times of India

ଉକ୍ତ ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଗୁଳିବିନିମୟ ସ୍ଥଳରୁ ପୁଲିସ ଗୋଟାଏ ଏକେ ରାଇଫଲ୍ ଏବଂ ପିସ୍ତଲ ଉଦ୍ଧାର କରିଥିଲା।

ଆତଙ୍କବାଦୀମାନଙ୍କ ଉପସ୍ଥିତ ସୂଚନା ପାଇବା ପରେ ସୋମବାର ଦିନ ଜୈନପୋରାର ମେଲହୁରାରେ ନିରାପତ୍ତା ବଳ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା। ଏହି ସମୟରେ ଆତଙ୍କବାଦୀମାନ‌େ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ନିହତ ଆତଙ୍କବାଦୀମାନଙ୍କର ପରିଚୟ ଓ ସେମାନଙ୍କ ସଙ୍ଗଠନ ଜାଣିବାକୁ ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe