ଶ୍ରୀନର: ଶନିବାର ପ୍ରତ୍ୟୁଷରୁ ବାରମୂଳା ଅନ୍ତର୍ଗତ ବାବଗୁଣ୍ଡ ଠାରେ ଆତଙ୍କବାଦୀ ଏବଂ ନିରାପତ୍ତା କର୍ମଚାରୀଙ୍କ ମଧ୍ୟରେ ଜୋର୍ଦାର୍ ଗୁଳି ବିନିମୟ ଚାଲିବା ଯୋଗୁଁ ଜଣେ ଆତଙ୍କବାଦୀ ନିହତ ହୋଇଛି।
ଆତଙ୍କବାଦୀମାନେ ଏକ ସିକ୍ୟୁରିଟି ଆଉଟ୍ପୋଷ୍ଟ୍ ଉପରକୁ ଆକ୍ରମଣ କରିବାରୁ ସେଠାରେ ମୁତୟନ କରାଯାଇଥିବା ଜାଗ୍ରତ ଯବାନ୍ମାନେ ତୁରନ୍ତ ପାଲଟା ଆକ୍ରମଣ କରିଥିଲେ। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି।
ପ୍ରାଥମିକ ସୂଚନା ଅନୁସାରେ, ଗୁଳି ବିନିମୟ ଯୋଗୁଁ ଜଣେ ଆତଙ୍କବାଦୀ ନିହତ ହୋଇ ଥାଇ ପାରେ ଏବଂ ଗୋଟାଏ କୋଠାଘରେ ଆତ୍ମଗୋପନ କରିଥିବା ଅନ୍ୟ କେତେକ ଆତଙ୍କବାଦୀଙ୍କୁ ଯବାନ୍ମାନେ ଘେରି ରହିଛନ୍ତି।
ନିରାପତ୍ତା ରକ୍ଷୀମାନେ ଆତଙ୍କବାଦୀଙ୍କର ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ୍ କରିଛନ୍ତି।
Follow Us