ସୁପ୍ରିମ୍‌ କୋର୍ଟରେ ଏନ୍‌କାଉଣ୍ଟର ମାମଲା, ସୋମବାର ଶୁଣାଣି

Advertisment

ଏନ୍‌କାଉଣ୍ଟର୍‌ ସ୍ଥଳରେ ଏନ୍‌ଏଚ୍‌ଆରସି ଟିମ୍‌

ଏନ୍‌କାଉଣ୍ଟର୍‌ ସ୍ଥଳରେ ଏନ୍‌ଏଚ୍‌ଆରସି ଟିମ୍‌

ସୁପ୍ରିମକୋର୍ଟରେ ଆସିଲା ମହାରାଷ୍ଟ୍ର ମାମଲାର ରାୟ, ଆସନ୍ତାକାଲି ବିଧାନସଭାରେ ହେବ ଫ୍ଲୋର ଟେଷ୍ଟ

image source- deccan herald

ହାଇଦ୍ରାବାଦ: ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା ଆଜି ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛି। ଆଇନଜୀବୀ ଜିଏସ୍‌ ମଣି ଏବଂ ପ୍ରଦୀପ କୁମାର ଯାଦବ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ କୋର୍ଟରେ ମାମଲା ରୁଜୁ କରିଛନ୍ତି। ସେମାନେ କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟ ଏନ୍‌କାଉଣ୍ଟର ମାମଲାରେ ୨୦୧୪ରେ ଦେଇଥିବା ରାୟକୁ ହାଇଦ୍ରାବାଦ ପୁଲିସ ପାଳନ କରିନାହିଁ ଏବଂ ୪ ଅଭିଯୁକ୍ତଙ୍କୁ ଅତି ତରବରିଆ ଭାବେ ନିପାତ କରାଯାଇଛି। ଏନ୍‌କାଉଣ୍ଟର ମାମଲାରେ ସଂପୃକ୍ତ ଥିବା ପୁଲିସ କର୍ମୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ହୋଇଥିବା ଆବେଦନ ଉପରେ ଏବଂ ସୁପ୍ରିମ୍‌ କୋର୍ଟ ସୋମବାର ଶୁଣାଣି କରିବେ। ସୂଚନାଯୋଗ୍ୟ, ହାଇଦ୍ରାବାଦରେ ଜଣେ ପ୍ରାଣୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ଗତକାଲି ସକାଳେ ପୁଲିସ ଏନ୍‌କାଉଣ୍ଟରେ ନିପାତ କରିଥିଲା। ପୁଲିସ ଦାବି କରିଛି ଯେ ଘଟଣାସ୍ଥଳରେ ତଦନ୍ତ ଚାଲିଥିବା ବେଳେ ଏହି ୪ ଅପରାଧୀ ପୁଲିସର ବନ୍ଧୁକ ଛଡ଼ାଇ ଆକ୍ରମଣ କରିଥିଲେ ଏବଂ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ ।

ଏନ୍‌କାଉଣ୍ଟର୍‌ ସ୍ଥଳରେ ଏନ୍‌ଏଚ୍‌ଆରସି ଟିମ୍‌
ହାଇଦ୍ରାବାଦ୍‌: ହାଇଦ୍ରାବାଦ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ସମସ୍ତ ୪ ଅଭିଯୁକ୍ତଙ୍କୁ ଗତକାଲି ହାଇଦ୍ରାବାଦ୍‌ ପୁଲିସ ଏନ୍‌କାଉଣ୍ଟରରେ ନିପାତ କରିବାପରେ ଏହାକୁ ଅତି ଗମ୍ଭୀରତାର ସହ ନେଇଛି ଏନ୍‌ଏଚଆରସି (ଜାତୀୟ ମାନବାଧିକାର କମିସନ) । ଉକ୍ତ ମାମଲାକୁ ନିଜ ଆଡ଼ୁ ଗ୍ରହଣ କରି ଘଟଣାର ତଦନ୍ତ ପାଇଁ ଏନ୍‌ଏଚଆରସି ଦ୍ବାରା ଏକ ସ୍ବତନ୍ତ୍ର ଟିମ୍‌ ଏନ୍‌କାଉଣ୍ଟର ସ୍ଥଳକୁ ପଠାଯାଇଛି। ଏନ୍‌ଏଚଆରସି ଟିମ୍‌ ଏବେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ଟିମ୍‌ ହାଇଦ୍ରାବାଦରେ ୩ ଦିନ ରହିବେ। ସେମାନେ ଏନ୍‌କାଉଣ୍ଟ ସ୍ଥଳରେ ତଦନ୍ତ ସାରିବା ପରେ ମେହବୁବନଗର ସରକାରୀ ଡାକ୍ତରଖାନା ମଧ୍ୟ ଯିବେ। ସେଠାରେ ଅଭିଯୁକ୍ତଙ୍କ ମର ଶରୀର ରଖାଯାଇଛି। ତେଲେଙ୍ଗାନା ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଅଭିଯୁକ୍ତମାନଙ୍କ ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡ କରାଯିବ ଏବଂ ଏହାକୁ କୋର୍ଟରେ ଦାଖଲ କରାଯିବ। ଆସନ୍ତା ସୋମବାର ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ମର ଶରୀର ରଖିବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତକାରୀ ଟିମ୍‌ ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ଦାଖଲ କରିବେ। ପୁଲିସ ସଠିକ୍‌ ପଦ୍ଧତିରେ ଯାଇଛି କି ନା’ କିଛି ତ୍ରୁଟି ରହିଯାଇଛି ସେନେଇ ତଦନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe