Video Photo
ଲକ୍ଷ୍ନୌ: କାନପୁରର କୁଖ୍ୟାତ ଅପରାଧୀ ବିକାଶ ଦୁବେର ଏନକାଉଣ୍ଟର ସ୍ଥଳ ଏବଂ ତା’ ଗାଆଁକୁ ଯିବା ଲାଗି ଉତ୍ତର ପ୍ରଦେଶରେ ସିଭିଲ ଡିଫେନ୍ସ ଆଇଜି ଅମିତାଭ ଠାକୁରଙ୍କୁ ଅନୁମତି ମିଳିନାହିଁ। ଆକ୍ଟିଭିଷ୍ଟ ପତ୍ନୀ ଡାକ୍ତର ନୂତନଙ୍କ ସହ ମିଶି ସେ ଘଟଣା ସ୍ଥଳକୁ ଯିବାବେଳେ ବାଟରେ ପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଏକ ଫୋନ୍ କଲ୍ ପାଇଥିଲେ। ତାଙ୍କୁ ଘଟଣା ସ୍ଥଳକୁ ନଯିବା ପାଇଁ କୁହାଯାଇଥିଲା। ଏହାପରେ ସେମାନେ ବାଟରୁ ଲକ୍ଷ୍ନୌ ଫେରି ଆସିଥିଲେ। ନିଜେ ଅମିତାଭ ଠାକୁର ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ସେ ତାଙ୍କ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି ଯେ ମୁଁ କେବଳ ସତ୍ୟ ଜାଣିବାକୁ ଘଟଣା ସ୍ଥଳକୁ ଯାଉଥିଲି। ଏଭଳି ଭାବେ ବାଟରୁ ଫେରିବା ପରେ ସତ ଜାଣିବାର ଇଚ୍ଛା ବଢ଼ିଯାଇଛି ବୋଲି ସେ କହିଛନ୍ତି। ତେବେ ଦୁବେକୁ ଏନକାଉଣ୍ଟର କରାଯିବାର ପ୍ରାୟ ୨୦ ଘଣ୍ଟା ପୂର୍ବରୁ ଅମିତାଭ ଏ ନେଇ ଆଶଙ୍କା ପ୍ରକଟ କରିଥିଲେ। ଅମିତାଭଙ୍କ ଏହି ଟ୍ବିଟ୍ ଏବେ ଭାଇରାଲ ହେବାରେ ଲାଗିଛି। ଜୁଲାଇ ୧୦ ତାରିଖରେ ଦୁବେର ଏନକାଉଣ୍ଟରକୁ ନେଇ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ନିକଟରେ ପତ୍ନୀ ନୂତନ ଅଭିଯୋଗ କରିଥିଲେ।
Follow Us