ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆନ୍ ଜିଲ୍ଲାର ମଲୁ-ଚିତ୍ରଗାଓଁ ଅଂଚଳରେ ହୋଇଥିବା ଏନ୍କାଉଣ୍ଟର୍ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର ଗାଡି ସେହି ଅଂଚଳ ଦେଇ ଯାଉଥିବା ସମୟରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସେନା ଦ୍ୱାରା କରାଯାଇଥିବା ଜବାବି କାର୍ଯ୍ୟାନୁଷ୍ଠାନରେ ଉକ୍ତ ଆତଙ୍କବାଦୀମାନେ ନିହତ ହୋଇଥିବା ବେଳେ ସେମାେନ କେଉଁ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଅଛନ୍ତି ଜଣାପଡ଼ିନାହିଁ। ଏହି ଏନ୍କାଉଣ୍ଟର୍ ପରେ ସେହି ଅଂଚଳରେ ଇଣ୍ଟର୍ନେଟ ସେବାକୁ ବନ୍ଦ କରିଦିଆଯାଇଛି।
ସୋପିଆନ୍ରେ ଏନ୍କାଉଣ୍ଟର୍, ୨ ଆତଙ୍କବାଦୀ ନିହତ
Advertisment
Follow Us