ସେନାର ବଡ଼ ଅପରେସନ୍ : କୁପ୍‌ଓ୍ଵାରାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି

ପୁଲ୍‌ଓ୍ଵାମା ଏନ୍‌କାଉଣ୍ଟର, ଜଣେ ଯବାନ ସହିଦ 

Curtsy: ANI

କୁପ୍‌ଓ୍ଵାରା (ଜମ୍ମୁ- କଶ୍ମୀର): ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ବେଳେ ଜମ୍ମୁ- କଶ୍ମୀରର କୁପ୍‌ଓ୍ଵାରା ଜିଲ୍ଲା ଅନ୍ତର୍ଗତ ହଲମତ୍‌ପୋରା ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କ ବିରୋଧରେ ଏକ ବଡ଼ ଧରଣର ଅପରେସନ୍‌ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୁପ୍‌ଓ୍ଵାରା ଜିଲ୍ଲା ଅନ୍ତର୍ଗତ ହଲମତ୍‌ପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ସଂପର୍କରେ ଗୁଇନ୍ଦା ବିଭାଗ ପକ୍ଷରୁ ସେନାକୁ ନିର୍ଦ୍ଧିଷ୍ଟ ସୂଚନା ମିଳିବା ପରେ ସେନା ପକ୍ଷରୁ ଏହି ଅପରେସନ୍‌ ଆରମ୍ଭ ହୋଇଛି। ତେବେ, ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କ ପକ୍ଷରୁ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ ଆରମ୍ଭ ହେବା ପରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଯାଇଛି।

ବେସରକାରୀ ସୂତ୍ରରୁ ସୁରକ୍ଷା କର୍ମୀଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଥିଲେ ମଧ୍ୟ ସରକାରୀ ଭାବେ ଏସଂପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଏହି ରିପୋର୍ଟ ଲେଖା ଯିବା ବେଳକୁ ବି ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଚାଲିଥିବା ଏବଂ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା କର୍ମୀଙ୍କ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଜାରି ରହିଥିବା ଜାଣିବାକୁ ମିଳିଛି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe