ଅନନ୍ତନାଗରେ ଏନକାଉଣ୍ଟର :୨ ଆତଙ୍କବାଦୀ ନିପାତ

Advertisment
ପ୍ରଥମ ୬ ମାସରେ ୧୦୦ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତିା ଅନନ୍ତନାଗ ଜିଲ୍ଲାର ଲାର୍ନୁ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା କମ୍ବିଂ ଅପରେସନ ଚାଲିଥିବା ବେଳେ ଏହି ଆତଙ୍କବାଦୀଙ୍କୁ ଠାବ କରାଯାଇଥିଲା ବୋଲି ଜଣେ ସେନା ଅଧିକାରୀ କହିଛନ୍ତିା ରାଷ୍ଟ୍ରୀୟ ରାଇଫଲ୍‌, ସିଆର୍‌ପିଏଫ୍‌ ଏବଂ ଜମ୍ମୁ କଶ୍ମୀର ପୁଲିସର ମିଳିତ ଉଦ୍ୟମରେ ହୋଇଥିବା ଏହି ଅପରେସନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ନିହତ ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କଶ୍ମୀରର ବୋଲି ଜଣାଯାଇଛି। ୨୦୧୭ରେ ଏହି ୧୮ ବର୍ଷୀୟ ଆତଙ୍କବାଦୀ ଲସ୍କରରେ ସାମିଲ ହୋଇଥିଲା। ତା’ର ବାପା ଫେସବୁକ୍‌ ପୋଷ୍ଟ୍‍ରେ ପୁଅକୁ ହିଂସା ପଥରୁ ଫେରି ଆସିବାପାଇଁ ଗତ ନଭେମ୍ବର ୨୪ ତାରିଖରେ ଅନୁରୋଧ କରିଥିଲେ, କିନ୍ତୁ ବାପାଙ୍କ କଥାକୁ କର୍ଣ୍ଣପାତ ନକରି ସେ ସୁରକ୍ଷା ବାହିନୀ ବିରୋଧରେ ହିଂସା ଜାରି ରଖିଥିଲା। ଆଜି ଏହି ଆତଙ୍କବାଦୀ ଫରହାନ୍‌ ଓ୍ଵାନିର ମୃତ୍ୟୁ ହୋଇଥିବା ସୁରକ୍ଷା ବାହିନୀ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe