ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ହେଉ ଓ ଆଲୋଚନା ଆରମ୍ଭ କରାଯାଉ : ଭାରତ

Advertisment

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥିତି ଦୋହରାଇଲେ ଜୟଶଙ୍କର

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥିତି ଦୋହରାଇଲେ ଜୟଶଙ୍କର

ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ହେଉ ଓ ଆଲୋଚନା ଆରମ୍ଭ କରାଯାଉ : ଭାରତ

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନ୍ ଯୁଦ୍ଧ ସମ୍ପର୍କରେ ଭାରତର ସ୍ଥିତି ଦୋହରାଇଛନ୍ତି। ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ବୈଠକର ସାଇଡ୍‌ଲାଇନରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍ କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏହା ଯୁଦ୍ଧର ସମୟ ନୁହେଁ’ ବୋଲି କହିଥିବା ବେଳେ ଜୟଶଙ୍କର ରୁଷ୍ ୟୁକ୍ରେନ୍ ଯୁଦ୍ଧରୁ ଓହରି ଆଲୋଚନା ଟେବୁଲକୁ ଫେରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି।

ଜୟଶଙ୍କର କହିଛନ୍ତି, ଭାରତ ଚାହେ ତତ୍କାଳ ଯୁଦ୍ଧ ବନ୍ଦ କରାଯାଉ ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଭୟ ୟୁକ୍ରେନ୍ ଓ ରୁଷ୍ ଆଲୋଚନା ଟେବୁଲକୁ ଆସନ୍ତୁ। ସେ କହିଲେ ଯେ, ୟୁକ୍ରେନ୍ ଯୁଦ୍ଧ ସାରା ବିଶ୍ବ ପାଇଁ ଉଦ୍‌ବେଗର କାରଣ ହୋଇଛି। ଦରଦାମ୍ ବୃଦ୍ଧି, ଖାଦ୍ୟଶସ୍ୟ, ସାର ଓ ଇନ୍ଧନର ଅଭାବ ଆଦି ମାଧ୍ୟମରେ ସମଗ୍ର ବିଶ୍ବ ଏହାର କୁଫଳ ଭୋଗୁଛି। ଜାତିସଂଘ ସୁରକ୍ଷା ପରିଷଦ ହେଉଛି କୂଟନୀତିର ଏକ ବଡ଼ ପ୍ରତୀକ। ଯୁଦ୍ଧ ବନ୍ଦ ଓ ଶନ୍ତିରକ୍ଷା ଦିଗରେ ଏହା ଉଦ୍ୟମ କରିବା ଉଚିତ। ଏଥି ସହ ଏସ୍‌ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥାକୁ ବିଦେଶମନ୍ତ୍ରୀ ଦୋହରାଇଛନ୍ତି।
୧୫ ଦେଶ ସଦସ୍ୟ ଥିବା ଜାତିସଂଘ ସୁରକ୍ଷା ପରିଷଦରେ ଜୟଶଙ୍କର କହିଛନ୍ତି ଯେ, କୁଖ୍ୟାତ ଆତଙ୍କବାଦୀଙ୍କ ଉପରେ କଟକଣା ଲଗାଇବାରେ ସୁରକ୍ଷା ପରିଷଦ ବିଫଳ ହୋଇଛି। ପାକିସ୍ତାନୀ ଆତଙ୍କବାଦୀଙ୍କୁ ବ୍ଲାକ୍‌ଲିଷ୍ଟ କରିବାରେ ଚୀନ୍ ବାଧାଦେବା କଥା ସେ ଏହା ମାଧ୍ୟମରେ ସୂଚାଇଥିଲେ। ଚୀନ୍‌ ଭିଟୋ ପ୍ରୟୋଗ କରି ଆତଙ୍କବାଦୀଙ୍କୁ ବାରମ୍ବାର ସୁରକ୍ଷା ଦେଇଚାଲିଥିବାରୁ ଏ ଦିଗରେ ଜାତିସଂଘ ଗମ୍ଭୀରତାର ସହ ଚିନ୍ତା କରିବାକୁ ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe