୩ ଡିସେମ୍ବର ୧୯୯୮ରୁ ୨୦ ଫେବ୍ରୁୟାରୀ ୨୦୨୫: ୨୭ ବର୍ଷ ପରେ ଦିଲ୍ଲୀ ବିଜେପି ସରକାରରେ ପୁନଶ୍ଚ ମହିଳା ମୁଖ୍ୟମନ୍ତ୍ରୀ

WOMEN CM

Photograph: (SAMBAD.IN)

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ଫେରିବାକୁ ୨୭ ବର୍ଷ, ରେଖା ରଚିଲେ ଇତିହାସ । ସୁଷମାଙ୍କ ପରେ ପୁଣି ବିଜେପି ସରକାରରେ ଦିଲ୍ଲୀ ପାଇଲା ମହିଳା ମୁଖ୍ୟମନ୍ତ୍ରୀ । ବିଜେପି ଯେବେଯେବେ ଦିଲ୍ଲୀ ଦଖଲ କରିଛି ସେବେସେବେ ମାଆଙ୍କୁ ଭରସିଛି, ମହିଳା ମୁଖ୍ୟମନ୍ତ୍ରୀଙ୍କ କାନ୍ଧରେ ଦିଲ୍ଲୀର ଭାର ଦେଇଛି । ୧୯୯୮ରେ ଯେବେ ଦିଲ୍ଲୀରେ ବିଜେପି ହାତକୁ ଶାସନ କ୍ଷମତା ଯାଇଥିଲା ସେବେ ସୁଷମା ସ୍ବରାଜଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ୧୨ ଅକ୍ଟୋବର ୧୯୯୮ରୁ ୩ ଡିସେମ୍ବର ୧୯୯୮ ଯାଏଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାର ତୁଲାଇଥିଲେ ସୁଷମା ଆଉ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ୟ୍ୟକାଳ ଥିଲା ମାତ୍ର ୫୨ ଦିନ ।

rekha

୧୯୯୮ ପରେ ଦିଲ୍ଲୀରେ ଆଉ ବିଜେପି ଫେରିନି କି ସରକାର ଗଠନ କରିନି । ସୁଷମାଙ୍କ ପରେ ପରେ କଂଗ୍ରେସ ସରକାରର ଶୀଲା ଦୀକ୍ଷିତ ଏବଂ ଆପ୍ ସରକାରର କେଜ୍ରିୱାଲ ଓ ଆତିଶୀଙ୍କ ପରେ ଏବେ ପୁଣି ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ଫେରିଛି ଆଉ ପଦ୍ମ ଫୁଟାଇ ସରକାର ଗଢିଛି । ୧୯୯୮ ପରେ ୨୦୨୫ରେ ବି ବିଜେପି ଜଣେ ମହିଳାଙ୍କୁ ପୁନଶ୍ଚ ଭରସିଛନ୍ତି ଆଉ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛନ୍ତି । ରେଖା ଗୁପ୍ତା ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବିଜେପିର ସୁଷମାଙ୍କ ପରେ ଦୀର୍ଘ ୨୭ ପରେ ପରେ ପୁଣି ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଇତିହାସ ରଚିଛନ୍ତି ।

LADY CM
Photograph: (SAMBAD.IN)

ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ରେଖା ଗୁପ୍ତା । ସାଲିମାରବାଗ ଆସନରୁ ପ୍ରଥମ ଥର ଜିତି ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି ରେଖା ଆଉ ଆଜିଠାରୁ ଅର୍ଥାତ ୨୦ ଫେବୃୟାରୀ ୨୦୨୫ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe