ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ରୁଷିଆ ପାଇଁ ଭଲ: ପୁଟିନଙ୍କୁ ଚେତାବନୀ ଦେଲେ ଟ୍ରମ୍ପ

ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯୁଦ୍ଧ ବନ୍ଦ ରୁଷିଆ ପାଇଁ ଭଲ। ସେ କହିଛନ୍ତି, ଯୁଦ୍ଧରେ ରୁଷିଆ ଅଧିକ ଭଲ ପ୍ରଦର୍ଶନ କରୁନାହିଁ, ଅସ୍ତ୍ରବିରତି କରିବା ରୁଷିଆର ହିତରେ ରହିବ...

Ending Ukraine war is good for Russia: Trump warns Putin

Ending Ukraine war is good for Russia: Trump warns Putin Photograph: (Sambad.in)

ୱାଶିଂଟନ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ କାର୍ଯ୍ୟଭାର ଗ୍ରହଣ କରିବାର କିଛି ଦିନ ପୂର୍ବରୁ ହମାସ୍ ଏବଂ ଇସ୍ରାଏଲ୍ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ, ଯାହା ଟ୍ରମ୍ପଙ୍କ ପାଇଁ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି। ଟ୍ରମ୍ପ ମଧ୍ୟ ତାଙ୍କ ନିର୍ବାଚନ ପ୍ରଚାରରେ ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାକୁ ଦାବି କରିଥିଲେ ଏବଂ ବର୍ତ୍ତମାନ ଏହି ବିଷୟରେ ଆଲୋଚନା ତୀବ୍ର ହୋଇଛି।

ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସେ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯୁଦ୍ଧ ବନ୍ଦ ରୁଷିଆ ପାଇଁ ଭଲ। ସେ କହିଛନ୍ତି ଯୁଦ୍ଧରେ ରୁଷିଆ ଅଧିକ ଭଲ ପ୍ରଦର୍ଶନ କରୁନାହିଁ। ଅସ୍ତ୍ରବିରତି କରିବା ରୁଷିଆର ହିତରେ ରହିବ।

ଚୁକ୍ତି ସମ୍ପର୍କରେ ସେ ଖୁବ ଶୀଘ୍ର ପୁଟିନଙ୍କ ସହ ଫୋନରେ କଥା ହେବେ ବୋଲି ଟ୍ରମ୍ପ କହିଛନ୍ତି। ଏଥି ସହିତ ପୁଟିନ ଆମେରିକାର ମଧ୍ୟସ୍ଥତା ଅଧୀନରେ ୟୁକ୍ରେନ ସହ ଆଲୋଚନା ଆରମ୍ଭ କରିବାକୁ ମଧ୍ୟ ସୂଚନା ଦେଇଛନ୍ତି।

ରୁଷିଆର ସାମର୍ଥ୍ୟ ଉପରେ ଡୋନାଲ୍ଡ ଟ୍ରମ୍ପ ସିଧାସଳଖ ପ୍ରଶ୍ନ କରିଛନ୍ତି। ରୁଷିଆର ୧୦ ଲକ୍ଷରୁ ଅଧିକ ସୈନିକ ନିହତ ହୋଇଥିବାବେଳେ ସାତ ଲକ୍ଷ ୟୁକ୍ରେନ ନିହତ ହୋଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ,ରୁଷିଆର ଲାଭ ଅସ୍ତ୍ରବିରତିରେ ରହିଛି। ଏଥିପାଇଁ ମୁଁ ଖୁବ ଶୀଘ୍ର ପୁଟିନଙ୍କ ସହ କଥା ହେବି।

ଅଧିକ ପଢ଼ନ୍ତୁ: ଧାର୍ଯ୍ୟ ହେଲା ତାରିଖ, ଏଠାରେ ହେବ ଅଖିଲ-ଜୈନବଙ୍କ ବିବାହ

ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଏକ ସପ୍ତାହ ମଧ୍ୟରେ ଶେଷ ହେବାକୁ ଥିବା ଯୁଦ୍ଧ ତିନି ବର୍ଷ ଧରି ଚାଲିଛି ଏବଂ ପୁଟିନ ଶାନ୍ତି ଚୁକ୍ତି ନକରି ରୁଷିଆକୁ ନଷ୍ଟ କରୁଛନ୍ତି।

ପୁଟିନ କହିଛନ୍ତି ଯେ, ରୁଷିଆ ଦ୍ବାରା ଅଧିକୃତ ସ୍ଥାନରୁ ୟୁକ୍ରେନ ନିଜର ସୈନ୍ୟ ପ୍ରତ୍ୟାହାର କରିବା ଉଚିତ୍। ତା’ହେଲେ ଅସ୍ତ୍ରବିରତି ଚୁକ୍ତି ଉପରେ ଆଲୋଚନା ହୋଇ ପାରିବ। ପୁଟିନ ଅଧିକୃତ ଅଞ୍ଚଳକୁ ସବୁଦିନ ପାଇଁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି। ଫଳରେ ଚୁକ୍ତିରେ ବିଳମ୍ବ ହେଉଛି। ଏହା ସହିତ ରୁଷିଆ ସେନା ଅଧିକ ଅଞ୍ଚଳ ଦଖଲ କରିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ମନୀଷାଙ୍କ 'ଏକ୍ ଛୋଟି ସି ଲଭ୍ ଷ୍ଟୋରୀ'ର ବିବାଦୀୟ ଦୃଶ୍ୟ ନେଇ ନିର୍ଦ୍ଦେଶକ ଉତ୍ତର ଦେଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe