Advertisment

ସମନ ଅବଜ୍ଞା କରୁଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Advertisment
ସମନ ଅବଜ୍ଞା କରୁଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜାରି ହୋଇଥିବା ଏକାଧିକ ସମନକୁ ସେ ପାଳନ କରୁ ନଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛି।

ଜଣେ ସରକାରୀ କର୍ମଚାରୀଙ୍କ ଆଦେଶକୁ ପାଳନ ନ କରିବା ଏବଂ ଇଡି ଦ୍ୱାରା ଜାରି ସମନ୍‌ର ବାରମ୍ବାର ଅବଜ୍ଞା କରିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନର ଧାରା ୫୦ ଅନୁଯାୟୀ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ଏହି ଅଭିଯୋଗ ଦାଏର କରାଯାଇଛି।

ଏହି ମାମଲାର ଶୁଣାଣି ଫେବ୍ରୁଆରି ୭ କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ଅଦାଲତ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କୁ ୫ଟି ସମନ ଜାରି କରି ଅବକାରୀ ନୀତି ଦୁର୍ନୀତିର ତଦନ୍ତ ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲେ।
ତେବେ, ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ତାଙ୍କୁ ଗିରଫ କରିବା ପାଇଁ ଏହା ଇଡିର ବେଆଇନ ପ୍ରୟାସ ବୋଲି ଦାବି କରି ସମସ୍ତ ସମନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

କେଜ୍ରିୱାଲ ୨୦୨୩ ନଭେମ୍ବର ୨ ଓ ଡିସେମ୍ବର ୨୧ ଏବଂ ଚଳିତ ବର୍ଷ ଜାନୁଆରି ୩, ଜାନୁଆରି ୧୮ ଏବଂ ଫେବ୍ରୁଆରି ୨ ତାରିଖ ପାଇଁ ଇଡି ସମନକୁ ଏଡାଇ ଯାଇଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁଯାୟୀ, ମଦ ବ୍ୟବସାୟୀମାନଙ୍କୁ ଲାଇସେନ୍‌ସ ଦେବା ପାଇଁ ଦିଲ୍ଲୀ ସରକାରଙ୍କ ୨୦୨୧-୨୨ ଅବକାରୀ ନୀତିରେ କାର୍ଟେଲିଂକୁ ଅନୁମତି ଦିଆ ଯାଇଥିଲା ଏବଂ ଏଥିପାଇଁ ଲାଞ୍ଚ ଦେଇଥିବା କେତେକ ଡିଲରଙ୍କୁ ଅଧିକ ଫାଇଦା ମିଳିଥିଲା।

ପରବର୍ତ୍ତୀ ସମୟରେ ଏହି ନୀତିକୁ ରଦ୍ଦ କରା ଯାଇଥିଲା ଏବଂ ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସକ୍ସେନା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତ ପାଇଁ ସୁପାରିସ କରିଥିଲେ, ଯାହା ପରେ ଇଡି ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଧୀନରେ ଏକ ମାମଲା ରୁଜୁ କରି ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe