ନାରଦ ଲାଞ୍ଚ ମାମଲା: ଅଭିଯୁକ୍ତ ନେତାମାନଙ୍କୁ ଇଡିର ନୋଟିସ୍‌

Advertisment
ନାରଦ ଲାଞ୍ଚ ମାମଲା: ଅଭିଯୁକ୍ତ ନେତାମାନଙ୍କୁ ଇଡିର ନୋଟିସ୍‌

New Indian Express

କୋଳକାତା: ନାରଦ ଷ୍ଟିଂ ଅପରେସନ୍‌ ମାମଲାର ଆରମ୍ଭରୁ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଲାଞ୍ଚ ନେଉଥିବା ଅଭିଯୁକ୍ତ ତୃଣମୂଳ କଂଗ୍ରେସ ନେତା ଏବଂ ବିଜେପିର ମୁକୁଳ ରାୟଙ୍କୁ ନୋଟିସ୍‌ ଜାରି କରିଛି ଇଡି। ନିଜର ବ୍ୟାଙ୍କ ଖାତା ଏବଂ ଅନ୍ୟ ସମ୍ପତ୍ତି ତାଲିକା ଇଡି କାର୍ଯ୍ୟାଳୟରେ ହାଜର ହୋଇ ଦେବାକୁ ନୋଟିସ୍‌ରେ କୁହାଯାଇଛି। ନାରଦ କାଣ୍ଡର ତଦନ୍ତକାରୀ ଅଫିସର ଆଜି ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି, ସେମାନଙ୍କୁ ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ଘୋଷଣା ହେବା ପୂର୍ବରୁ ନୋଟିସ୍‌ ପଠା ଯାଇଥିଲା। ହେଲେ ଏଯାଏଁ ସେମାନେ ଇଡି ପକ୍ଷରୁ ମଗା ଯାଇଥିବା ସୂଚନା ଦେଇ ନାହାନ୍ତି। ଏବେ ସେମାନଙ୍କୁ କେବଳ ସ୍ମରଣ ନୋଟିସ୍‌ ଦିଆଯାଇଛି। ତେବେ ଖୁବ୍‌ଶୀଘ୍ର ସେମାନେ ନୋଟିସ୍‌ର ଉତ୍ତର ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗତ ୭ ବର୍ଷର ହିସାବ ଦେବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ମାମଲାର ତଦନ୍ତ ଇଡି ସହ ସିବିଆଇ ମଧ୍ୟ କରୁଛି। ନୋଟିସ୍‌ ଜାରି ହୋଇଥିବା ନେତାମାନଙ୍କ ମଧ୍ୟରେ ଶାସକ ତୃଣମୂଳ କଂଗ୍ରେସର ଶୀର୍ଷ ନେତା ମନ୍ତ୍ଯରୀ ଫିର୍‌ଦା ହାକିମ, ଶୁଭେନ୍ଦୁ ଅଧିକାରୀ, ପୂର୍ବତନ ମନ୍ତ୍ରୀ ମଦନ ମିତ୍ର, ଲୋକସଭା ସଦସ୍ୟ ସୌଗତ ରାୟ, କାକଳୀ ଘୋଷ ଦ୍ରଷ୍ଟିଦାର, ସୁବ୍ରତ ମୁଖାର୍ଜୀ, ଅପରୂପା ପୋଦ୍ଦାର ଅଛନ୍ତି। ଏମାନଙ୍କୁ ଇଡି ଏବଂ ସିବିଆଇ ଜେରା କରିଛି। ଦଳର ପୂର୍ବତନ ସାଂସଦ ତଥା ନାରଦ ମାମଲାରେ ଅଭିଯୁକ୍ତ ସୁଲ୍‌ତାନ ଅହମ୍ମଦଙ୍କର ୨୦୧୭ ସେପ୍ଟେମ୍ବରରେ ମୃତ୍ୟୁ ହୋଇଛି। ନାରଦ ଲାଞ୍ଚ ମାମଲାରେ ବିଜେପି ନେତା ମୁକୁଳ ରାୟ ଏବଂ ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କ ନାମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe