ଜମି କାରବାର ମାମଲା ସଂକ୍ରାନ୍ତରେ ରବର୍ଟ ଭଦ୍ରାଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦେଶାଳୟ

Advertisment
ଭଦ୍ରାଙ୍କ ଅନ୍ତରୀଣ ଜାମିନ ଅବଧି ମାର୍ଚ୍ଚ ୩ ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ: ବିକାନେର ଜମି କାରବାର ମାମଲାରେ ଶୁକ୍ରବାର  ପ୍ରବର୍ତ୍ତନ ନିର୍ଦେଶାଳୟ ରବର୍ଟ ଭଦ୍ରାଙ୍କୁ ସମନ କରିଛି।

ରାଜସ୍ଥାନର ବିକାନେର୍‌ ଜିଲ୍ଲା ଅନ୍ତର୍ଗତ କୋଲାୟାତ୍‌ ଅଞ୍ଚଳରେ ଥିବା ତାଙ୍କର ଜମି ସଂକ୍ରାନ୍ତରେ ଏହି ମାମଲା ଚାଲିଛି। ସେନାର ମହାଜନ ଫିଲ୍‌ଡ୍‌ ଫାଇରିଙ୍ଗ୍‌ ରେଞ୍ଜ୍‌ ଯୋଗୁଁ ବାସଚ୍ୟୁତ ହୋଇଥିବା ବ୍ୟକ୍ତିଙ୍କୁ ଉକ୍ତ ଜମି ଆବଣ୍ଟନ କରାଯିବା କଥା। ସ୍ଥାନୀୟ ତହସିଲ୍‌ଦାର ଜାଲିଆତି ଅଭିଯୋଗ କରିବା ପରେ ରାଜ୍ୟ ପୁଲିସ ଏଫ୍‌ଆଇର୍‌ ଫାଇଲ୍‌ କରିଥିଲା। ୨୦୧୫ର ଏହି ମାମଲାକୁ ପିଏମ୍‌ଏଲ୍‌ଏ ଅଧୀନରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅପରାଧିକ ମାମଲା ରୁଜୁ କରିଛି।

କଂଗ୍ରେସ ଏହାକୁ ରାଜନୈତିକ ବିବାଦ କହୁଥିବା ବେଳେ ଏଥିରେ ସେ କୌଣସି ବେଅାଇନ କାରବାର କରି ନାହାନ୍ତି ବୋଲି ଭଦ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe