Photograph: (sambad.in)
ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଆସୁଛି ଟ୍ରେନ୍ ଦୁର୍ଘଟଣାର ଖବର । ଟ୍ରାକରୁ ଖସିଛି ଟ୍ରେନ୍ । ରେଳଧାରଣାରୁ ଖସିଯାଇଛି ଟ୍ରେନର ଇଞ୍ଜିନ୍ । ଲକ୍ଷ୍ନୌ ଆସିବାଗ୍ ଜଙ୍କସନ ନିକଟରେ ଦୁର୍ଘଟଣା । ଇଞ୍ଜିନର ତାର ଖରାପ ହୋଇଯିବାରୁ କାମ୍ କଲାନି ଇଞ୍ଜିନ । ଯାହା ଫଳରେ ଇଞ୍ଜିନି ନିୟନ୍ତ୍ରଣରେ ନରହି ଟ୍ରାକ୍ ତଳକୁ ଖସିଗଲା ।
ତେବେ ଦୁର୍ଘଟଣା ପରେ ରେଳ ବିଭାଗର କର୍ମଚାରୀ ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ବେଳେ ରେଳଧାରଣା ଉପରେ ଟ୍ରେନ୍ ଅଟକି ଥିବାରୁ ଅନେକ ଟ୍ରେନ ପ୍ରଭାବିତ ହୋଇଛି । ଗୌମତୀ ନଦର ଷ୍ଟେସନରେ ଅନେକ ଏକ୍ସପ୍ରେସକୁ ଅଟକାଯାଇଛି । ଟ୍ରେନ୍ ବିଳମ୍ବ ହେଉଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ମାଲବାହୀ କି ଯାତ୍ରୀବାହୀ ଏଯାଏଁ ସ୍ପଷ୍ଟ ହୋଇପାରିନି ।
ସେପଟେ ଆନ୍ଧ୍ରର ଆରୁକୁ- କୋତୱାଲାସା ମଧ୍ୟରେ ଥିବା ଚିମିଡିପାଲି ଷ୍ଟେସନ ନିକଟରେ ଏକ ରେଳ ଦୁର୍ଘଟଣା ଘଟିଛି । ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଯାଇଛି। ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି। ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି । ଚିମିଡିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଅଧିକ ପଢନ୍ତୁ-
ରେଳ ଧାରଣାରୁ ଖସିଲା ମାଲଗାଡ଼ି: ୩୦ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ
ଦୁର୍ଘଟଣା ଯୋଗୁ କୋଟବାଲସା-କୋରାପୁଟ ରେଳପଥ ଚଳାଚଳକୁ ବନ୍ଦ ରଖାଯାଇଛି। ଯାହା ଫଳରେ କିରାଣ୍ଡୁଲ ରୁ ବିଶାଖାପାଟନା ଯାଉଥିବା ପାସେଞ୍ଜେର ଟ୍ରେନର ଗତି ପଥ ବଦଳାଇ ଟ୍ରେନ କୋରାପୁଟ, ରାୟଗଡା ଓ ବିଜୟନଗରମ ଦେଇ ବିଶାଖାପାଟନା ଅଭିମୁଖେ ବଦଳାଯାଇଛି।
Follow Us