ବରର ୧.୨୦ଲକ୍ଷ ଦରମା ଜାଣି ବି କାହିଁକି ବିବାହ କରିବାକୁ ମନା କଲା କନ୍ୟା?

ବରର ୧.୨୦ଲକ୍ଷ ଦରମା ଜାଣି ବି ବିବାହ କରିବାକୁ ମନା କଲା କନ୍ୟା। ବର ସରକାରୀ ଚାକିରି କରିଥିବା ଭାବୁଥିଲେ କନ୍ୟା। ହେଲେ ବିବାହ ଦିନ ସତ ଜାଣି କନ୍ୟା ବିବାହ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି।

groom

ଫରୁଖବାଦ୍: ବରର ୧.୨୦ଲକ୍ଷ ଦରମା ଜାଣି ବି ବିବାହ କରିବାକୁ ମନା କଲା କନ୍ୟା। ବର ସରକାରୀ ଚାକିରି କରିଥିବା ଭାବୁଥିଲେ କନ୍ୟା। ହେଲେ ବିବାହ ଦିନ ବର  ସିଭିଲ ଇଞ୍ଜିନିୟର ବୋଲି ଜାଣି କନ୍ୟା ବିବାହ କରିବାକୁ ମନା କରିଦେଇଥିଲା। କନ୍ୟା ମନା କରିବା ପରେ ବର ‌ଘରକୁ ଫେରିଥିଲା ବୋଲି ଜଣାଯାଇଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଫରୁଖାବାଦରେ।

ମିଳିଥିବା ସୂଚନା ମୁତାବକ, ବିବାହ ପୂର୍ବରୁ ମଧ୍ୟସ୍ତି କନ୍ୟାପକ୍ଷକୁ କହିଥି‌ଲେ ଯେ, ବର ସରକାରୀ ଚାକିରିଆ ଏବଂ କୋଟି କୋଟି ଟଙ୍କାର ଜମିର ମାଲିକ। ଏହା ଶୁଣି କନ୍ୟାପକ୍ଷ ବିବାହ ପାଇଁ ରାଜି ହୋଇଥିଲେ। ଛତିଶଗଡ଼ର ବଲରାମପୁରରେ ରହୁଥିବା ସରକାରୀ କିରାଣୀଙ୍କ ପୁଅ ବିବାହ ପାଇଁ ବରଯାତ୍ରୀ ଧରି ଫାରୁଖାବାଦକୁ ଆସିଥିଲେ। ଗେଷ୍ଟ ହାଉସରେ ବରଯାତ୍ରୀଙ୍କୁ ଧୁମଧାମରେ ସ୍ୱାଗତ କରିଥିଲେ କନ୍ୟାପକ୍ଷ। ବର ପହଞ୍ଚିବା ପରେ ପରେ ସଙ୍ଗେ ସଙ୍ଗେ ବରମାଲା ଆରମ୍ଭ ହୋଇଥିଲା। ବରମାଲା ସରିବାରୁ ଅନ୍ୟାନ୍ୟ ରୀତିନୀତି ପାଇଁ ଲାଗିପଡ଼ିଥିଲେ ଦୁଇ ପକ୍ଷ। ଏହି ସମୟରେ କେହି ଜଣେ ବରର ଚାକିରି ବିଷୟରେ ପଚାରି ଦେବାରୁ ସବୁ ଅଟକିଯାଇଥିଲା। 

କନ୍ୟାଙ୍କ କିଛି ସମ୍ପର୍କୀୟ ବରର ବାପାଙ୍କୁ ଚାକିରି କଥା ପଚାରିବାରୁ ପୁଅ ସରକାରୀ ନୁହେଁ ବରଂ ବେସରକାରୀ ଚାକିରି କରୁଥିବା କହିଥିଲେ ସେ। ଏହି କଥା କନ୍ୟାର କାନରେ ପଡ଼ିବା ପରେ ସେ ତୁରନ୍ତ ବିବାହ କରିବାକୁ ମନା କରିଦେଇଥିଲେ। ସରକାରୀ ଚାକିରି ବୋଲି ଭାବି ବିବାହ କରୁଥିଲି। ଏବେ କରିବି ନାହିଁ ବୋଲି କନ୍ୟା କହିଥିଲା। ଏହା ଶୁଣି ବର ନିଜର ଦରମା ୧.୨୦ଲକ୍ଷ ବୋଲି ଜଣାଇ ପ୍ରମାଣ ଦେଇଥିଲେ ବି କନ୍ୟା ବିବାହ କରିବାକୁ ରାଜି ହୋଇନଥିଲେ। ଏହା ପରେ ବର ଘରକୁ ଫେରିଥିବା ବେଳେ ୨ପକ୍ଷ ମଧ୍ୟରେ ବୁଝାବଣା ହୋଇ ଖର୍ଚ୍ଚ ହୋଇଥିବା ଟଙ୍କା ଅଧା ଅଧା କରିନେବାକୁ ନିଷ୍ପତ୍ତି ‌ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe