୫ବର୍ଷ ହେବ ଜେଲରେ ଥାଇ ନିର୍ବାଚନ ଜିତିଲେ ଇଞ୍ଜିନିୟର

Advertisment
୫ବର୍ଷ ହେବ ଜେଲରେ ଥାଇ ନିର୍ବାଚନ ଜିତିଲେ ଇଞ୍ଜିନିୟର

ନୂଆଦିଲ୍ଲୀ: ୨୦୨୪ ଲୋକସଭ‌ା ନିର୍ବାଚନର ଫଳାଫଳ ଘୋଷଣା ହେବାରେ ଲାଗିଛି। ଏହି କ୍ରମରେ ଜମ୍ମୁ-କଶ୍ମୀରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ବାରମୁଲ୍ଲା ଆସନରୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ସେ ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ଜଣାପଡ଼ିଛି। ଏହି ଆସନରେ ଗତ ୫ ବର୍ଷ ହେବ ୟୁଏପିଏ ବଳରେ ଗିରଫ ହୋଇ ତିହାର ଜେଲରେ ଥିବା ରଶିଦ ନିର୍ବାଚନ ଜିତିଛନ୍ତି। ଚଳିତଥର ସେ ଜେଲରେ ରହି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କର ଦୁଇ ପୁଅ ପ୍ରଚାର ମଙ୍ଗ ଧରିଥିଲେ।

ପରାଜୟ ସ୍ୱୀକାର କରି ଓମାର ଅବଦୁଲ୍ଲା ଇଞ୍ଜିନିୟର ରଶିଦଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ଅବଦୁଲ୍ଲା ଲେଖିଛନ୍ତି, ଲୋକସଭା ନିର୍ବାଚନରେ ବିଜୟୀ ହେବାପରେ ରଶିଦ ‌ଜେଲରୁ ବ‌ାହାରି ଆସିବା ସହଜ ହେବ ବୋଲି ‌ଯଦି ଲୋକେ ଭାବୁଛନ୍ତି ତେବେ ମୁଁ କହିବି ଏପରି ଆଦୌ ହେବନାହିଁ। ମୋତେ ଲାଗୁନାହିଁ ଉତ୍ତରକାଶୀର ଲୋକଙ୍କୁ ଉଚିତ ପ୍ରତିନିଧିତ୍ବ ମିଳିଛି।।  କିନ୍ତୁ ମତଦାତା ନିଜନିଜର ଭୋଟ ଦେଇଥିବାରୁ ଧନ୍ୟବାନ।

ରଶିଦ ୨,୫୭,୫୨୩ ଖଣ୍ଡ ଭୋଟ ପାଇଥିବା ବେଳେ ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା ୧,୩୭,୩୭୭ ଖଣ୍ଡ ଭୋଟ ପାଇଛନ୍ତି। ୫୭ ବର୍ଷୀୟ ରଶିଦ ଉତ୍ତର କଶ୍ମୀରର ଲାନଗେଟ ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe