ପ୍ରେମିକ ନାଁରେ ଆକାଉଣ୍ଟ୍‌ ଖୋଲି ବୋମା ଧମକ ଦେଉଥିଲେ ଯୁବତୀ; ହେଲେ ଗିରଫ

Advertisment

ପ୍ରେମରେ ଅସଫଳ ହେବା ପରେ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଜଣେ ଯୁବତୀ ଏକ ଅଭିନବ ଉପାୟ ଆପଣେଇଥିବା ବେଳେ ଏବେ ଧରାପଡ଼ିଛନ୍ତି। ସେ ପ୍ରେମିକଙ୍କ ନାମରେ ଆଇଡ୍‌ ଖୋଲି ବୋମା ଧମକ ଦେଇ ଗିରଫ ହୋଇଛନ୍ତି।

ପ୍ରେମରେ ଅସଫଳ ହେବା ପରେ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଜଣେ ଯୁବତୀ ଏକ ଅଭିନବ ଉପାୟ ଆପଣେଇଥିବା ବେଳେ ଏବେ ଧରାପଡ଼ିଛନ୍ତି। ସେ ପ୍ରେମିକଙ୍କ ନାମରେ ଆଇଡ୍‌ ଖୋଲି ବୋମା ଧମକ ଦେଇ ଗିରଫ ହୋଇଛନ୍ତି।

a5376fb9-f13f-40fe-b46f-79a8e4bce110

ଅହମ୍ମଦାବାଦ: ପ୍ରେମରେ ଅସଫଳ ହେବା ପରେ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଜଣେ ଯୁବତୀ ଏକ ଅଭିନବ ଉପାୟ ଆପଣେଇଥିବା ବେଳେ ଏବେ ଧରାପଡ଼ିଛନ୍ତି। 

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରୁ ନେଇ ୧୨ଟି ରାଜ୍ୟର ବିଭିନ୍ନ ସ୍ଥାନରେ ବୋମା ଧମକ ମିଳୁଥିବା ବେଳେ ସେ ସବୁ ଧମକ ଉକ୍ତ ଯୁବତୀ ଜଣକ ଦେଉଥିଲେ ବୋଲି ଜାଣିବାକୁ ମିଳିଛି। ହେଲେ ସେ ନିଜ ନାମରେ ନୁହେଁ ବରଂ ତାଙ୍କ ପ୍ରେମିକଙ୍କ ନାମରେ ମେଲ୍‌ ଆଇଡି ଖୋଲି ଏହି ଧମକ ଦେଉଥିଲେ ବୋଲି ଜାଣିବାକୁ ମିଳିଛି। 

ମହିଳା ଇଞ୍ଜନିୟର ଜଣକ ଜଣେ ପୁରୁଷଙ୍କୁ ବଦନାମ କରିବା ପାଇଁ ଏପରି କରୁଥିବା ଜାଣିବାକୁ ମିଳିଛି। ଯାହା ପରେ ତାଙ୍କୁ ଗିରଫ କରାଯାଇଛି। 

ଯୁବତୀ ଜଣକ ଜଣେ ପୁରୁଷଙ୍କୁ ଏକତରଫା ପ୍ରେମ କରୁଥିଲେ। ମାତ୍ର ପୁରୁଷ ଜଣ ଗତ ଫେବ୍ରୁଆରିରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପରେ ପ୍ରତିଶୋଧ ପରାୟଣା ହୋଇଗଲେ ଯୁବତୀ ଜଣକ। ଅଭିଯୁକ୍ତା ରେନେ ଜୋଶିଲଦା ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ତାଙ୍କୁ ଫସାଇବା ବିଷୟରେ ଚିନ୍ତା କଲେ। ତା’ପରେ ତାଙ୍କ ନାମରେ ମେଲ୍‌ ଖୋଲି ବିଭିନ୍ନ ସ୍ଥାନକୁ ବୋମା ଧମକ ପଠାଇଲେ। 

ପୁଲିସର କହିବା ଅନୁଯାୟୀ, ସେ ତାଙ୍କର ପରିଚୟ ଏବଂ ସ୍ଥାନ ଲୁଚାଇବା ପାଇଁ ନକଲି ଇମେଲ୍ ଆଇଡି, ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (ଭିପିଏନ୍‌) ଏବଂ ଡାର୍କ ୱେବ୍ ବ୍ୟବହାର କରିଥିଲେ।

ଜଣେ ଅଧିକାରୀ ସୋମବାର କହିଛନ୍ତି ତାଙ୍କୁ ଅହମ୍ମଦାବାଦ ସାଇବର ଅପରାଧ ଦ୍ୱାରା ଗିରଫ କରାଯାଇଛି।  ଯୁଗ୍ମ ପୁଲିସ କମିଶନର (ଅପରାଧ) ଶରଦ ସିଂଘଲ ସୋମବାର କହିଛନ୍ତି ଯେ ଜୋଶିଲଦା ଭିନ୍ନ ଭିନ୍ନ ଇମେଲ୍ ଆଇଡି ତିଆରି କରିଥିଲେ, ଯାହା ମଧ୍ୟରୁ କିଛି ଦିଭିଜ ପ୍ରଭାକରଙ୍କ ନାମରେ ଥିଲା, ଯାହାଙ୍କୁ ସେ ବିବାହ କରିବାକୁ ଚାହୁଁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe