ବୃଦ୍ଧି ପାଇଲା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ଘୋଷଣା ହୋଇଥିବା ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣ

ବୃଦ୍ଧି ପାଇଲା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ଘୋଷଣା ହୋଇଥିବା ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଘଟିଥିବା ରେଳ ଦୁର୍ଘଟଣାରେ ଏଯାବତ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିବା ବେଳେ ୬୦ଜଣ ଏଥିରେ ଆହତ ହୋଇଥିବା ସୂଚନା ରହିଛି।

ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠିରୁ ୨ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୬୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଇକ ସାହାଯ୍ୟରେ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଛନ୍ତି। ଏଠାରେ ରେଳମନ୍ତ୍ରୀ ଅନ୍ୟ ଅଧିକାରୀମାନଙ୍କ ସହିତ ଦୁର୍ଘଟଣାର ଯାଞ୍ଚ କରୁଛନ୍ତି। ଏଥିସହିତ ରେଳମନ୍ତ୍ରୀ ମୃତକଙ୍କ ପରିବାରକୁ ଓ ଆହତମାନଙ୍କ ପାଇଁ ଘୋଷଣା ହୋଇଥିବା ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣକୁ ବୃଦ୍ଧି କରି ଦେଇଛନ୍ତି।

ବୃଦ୍ଧି ପାଇଥିବା ଅନୁକମ୍ପାମୂଳକ ସହାୟତା ରାଶି ଅନୁଯାୟୀ ମୃତକଙ୍କ ପରିବାକୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହିତ ଗମ୍ଭୀର ଆହତ ହୋଇଥିବା ଲୋକଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଓ ସାମନ୍ୟା ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ଘୋଷଣା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe